ପୋଖରୀରେ ବୁଡି ନାବାଳକ ମୃତ୍ୟୁ

ଭଞ୍ଜନଗର : ତାରସିଂ ଥାନା ଅଧୀନ ବିଲୁଆପଡା ଗ୍ରାମରେ ପୋଖରୀରେ ବୁଡି କବି ପ୍ରଧାନଙ୍କ ପୁଅ ଶିବ ପ୍ରଧାନ (୧୬) ପ୍ରାଣ ହରାଇଛନ୍ତି । ସନ୍ଧ୍ୟା ସମୟରେ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁ ଗୋଡ଼ ଖସିଯିବା ରୁ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଭଞ୍ଜନଗର ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *