ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଧାମ୍ ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍‌କୁ ସମବାୟ,

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଧାମ୍ ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍‌କୁ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବୟନିକାର ପରିଚାଳନା ପରିଷଦ, ବୁଣାକାର ପ୍ରତିନିଧ୍ ଓ ବହୁ ବିଶିଷ୍ଟ ଅତିଥ୍ ଉପସ୍ଥିତ ଥିଲେ । ନିଜସ୍ବ ପାଣ୍ଠିରେ ନିର୍ମିତ ଏହି ମେଗା ଶୋରୁମ୍ ବୟନିକାର ଆର୍ଥିକ ସୁଦୃଢ଼ତା, ଦକ୍ଷ ପରିଚାଳନା ଏବଂ ହସ୍ତତନ୍ତ କ୍ଷେତ୍ରରେ ଉନ୍ନତି କରିବ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଏହି ପ୍ରମୁଖ ସ୍ଥାନରେ ସ୍ଥାପିତ ଶୋରୁମ୍ ମାଧ୍ଯମରେ ଦେଶ ବିଦେଶରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଓ ବୟନିକାର ବିବିଧ ଉତ୍ପାଦକୁ ଏକାଠି ପାଇପାରିବେ। ଏହି ଶୋରୁମ୍‌ରେ ସମ୍ବଲପୁରୀ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର, ରେଡିମେଡ୍ ପୋଷାକ, ଗୃହ ସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତତନ୍ତ ଉତ୍ପାଦ ଉପଲବ୍ଧ ରହିବ I ଏହାଦ୍ବାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ହଜାର ହଜାର ବୁଣାକାରଙ୍କ ପାଇଁ ବ୍ୟାପକ ବଜାର ସୁଯୋଗ ସୃଷ୍ଟି ହେବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣକୁ ଅଧିକ ଗତି ମିଳିବ।ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀଣ ବିକାଶ, ବୁଣାକାର ଓ କାରିଗରମାନଙ୍କ ଆର୍ଥିକ ଉନ୍ନତି ଏବଂ ଓଡ଼ିଶାର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ବ ବଜାରରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତାର ସହ କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଥିଲେ।ବୟନିକାର ବିପଣନ ବ୍ୟବସ୍ଥାର ଆଧୁନିକୀକରଣ, ନୂତନ ବଜାର ସୃଷ୍ଟି ଏବଂ ବୁଣାକାରଙ୍କ ଉତ୍ପାଦର ମୂଲ୍ୟ ସଂବଦ୍ଧନ ଉପରେ ସରକାର ବିଶେଷ ଗୁରୁତ୍ବ ଦେଉଥିବା ମନ୍ତ୍ରୀ ମତ ରଖିଥିଲେ। ଶେଷରେ ମନ୍ତ୍ରୀ ବୟନିକାର ସମସ୍ତ ଅଧିକାରୀ, କର୍ମଚାରୀ, ବୁଣାକାର ଏବଂ ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏହି ମେଗା ଶୋରୁମ୍ ରାଜ୍ୟର ହସ୍ତତନ୍ତ କ୍ଷେତ୍ରକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *