ଶିର୍ଲୋ ଶନିଶ୍ଚର ମନ୍ଦିର ନିକଟ ପାଣ୍ଡବଘାଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ।

ରଘୁନାଥପୁର ତା ୫/୧୧-ପବିତ୍ର କାର୍ତ୍ତିକପୂର୍ଣ୍ଣିମା ଅବସରରେ ରଘୁନାଥପୁର ନିକଟ ଶିର୍ଲୋ ଶନିଶ୍ଚରମନ୍ଦିର ପରିଷର ମହାନଦୀ ପାଣ୍ଡବଘାଟଠାରେ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୋଇତବନ୍ଦାଣ କମିଟିର ସଭାପତି ବୈଷ୍ଣବ ଚରଣ ଗାୟା ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରି କହିଥିଲେ ଏହି ମହାନ କାର୍ଯ୍ୟକ୍ରମ ଆମର ଓଡିଆ ଅସ୍ମୀତା କୁ ବୁଝାଇଥାଏ। ଶ୍ରୀ ଗାୟାଙ୍କ ପୈରାହ୍ୟତରେ ରେ ଆୟଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ପ୍ରଫେସର ମନୋଜ କୁମାର ନାୟକ ଯୋଗଦେଇ ସାଧବ ବେଷରେ ବୋଇତକୁ ବନ୍ଦାପନା କରିବା ସହିତ ଓଡିଶାର ଅତିତ ନୈବାଣିଜ୍ୟ କୁ ମନେପକାଇ କାର୍ତ୍ତିକ ପୂର୍ଣ୍ଣିମା ରେ ଏହି ମହାନ ପମ୍ପରାକୁ ଓଡିଶା ବାସୀ ଆଜିବି ବଜାୟ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ଅନ୍ୟ ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ଦିପକ କୁମାର,ଭୂମିକା ଦାଶ,ଶିବାଂଶ, ଦିପିକା,ଯୋଗଦେଇ ସାଧବ ମାନଙ୍କ ଭୂମିକା ଓ ଉତ୍କଳୀୟ ପରମ୍ପରା ଉପରେ ଆଲୋକପାତ କରି ଏଠାର ହୋଇଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଉଚ୍ଚକୋଟୀର ବୋଲି ଭୂଇୟସି ପ୍ରସଂଶା କରି ରୂଣ୍ଡହୋଇଥିବା ଜନସମୁଦ୍ର କୁ ଉଦବୋଧନ ଦେଇଥିଲେ।ଏଥିରେ ସହିଦ କୣଷ୍ଣଚନ୍ଦ୍ର ଙ୍କ ମା ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଠାରେ ଶ୍ରୀ ଗଣେଶ କଳାସଂକୣତି ଏକାଡେମୀ ଓ ଜଗତସିଂହପୁର ରାମଲୀଳା ପରିଷଦଦ୍ଵାରା ପୈରାଣିକ ନୣତ୍ୟ ପରିବେଷଣ କରାଯାଇଥିଲା।ପାଣ୍ଡବଘାଟ ବୋଇତ ବନ୍ଦାଣକ କମିଟି ର ସଦସ୍ୟ ଲୋକନାଥ ମହାନ୍ତି,ଯୁବ ସାମ୍ବାଦିକ ପବିତ୍ର ଦାଶ, ସମାଜସେବୀ ଚନ୍ଦନ ସେନାପତି,ରବିନ୍ଦ୍ର ସେଠୀ,ଲୋକନାଥ ଦାସ,ସୋମନାଥ ଭୋଇ,ଆଲୋକ ମହାପାତ୍ର,ଅରୁଣ ବୋଷ,ରଞନ ଚକ୍ରବର୍ତ୍ତୀ,ତପନ ନାୟକ,ଦେବ ବେହେରା,ଧିରେନ୍ଦ୍ର ସେନାପତି,କମଳାକାନ୍ତ ମହାପାତ୍ର ଯୋଗଦେଇ କାଯ୍ୟକ୍ରମ ରେ ସହଯୋଗ କରିଥିବାବେଳେ ନିରାକାର ପଣ୍ଡା ପୂଜାକର୍ମ କରିଥିଲେ,ପୁରଧା ବାଦଲ ସିଂ ହୋମ ଯଜ୍ଞାଦି ଓ ସୁଧାକର ମାଦେଳୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *