ଶେରଗଡ଼ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

ଶେରଗଡ଼,୫/୧୧; ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅନ୍ତର୍ଗତ କୁମାର ସ୍ଥିତ ଖମାର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସଭାପତିତ୍ବରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଓଏଭି ଅଧ୍ୟକ୍ଷା ଶ୍ରୀମତୀ ରେଖା ଚୋଧୂରୀ, ସରପଞ୍ଚ ଶ୍ରୀ ଟୂକୁନା ଦାସ, ସମିତି ସଭ୍ୟା କୁମାରୀ ସେଠୀ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ଗୀତ,ବିତର୍କ, ଚିତ୍ରକଳା, ନୃତ୍ୟ ପ୍ରବନ୍ଧ ସୃତଲୀଖନ ସହ ପ୍ରତି ଯୋଗୀତାରେ ଶେରଗଡ଼ ବ୍ଳକର ସମସ୍ତ କ୍ଳଷ୍ଟର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅପରାହ୍ନରେ ପୁରସ୍କାର ବିତରଣ ସମାରୋହରେ ଅତିଥିମାନେ ପୁରସ୍କୃତ ସହ ମାନ ପତ୍ର ପ୍ରଦାନ କରିଥିଲେ। ସୁଚନା ଯୋଗ୍ୟ ଯେ ପ୍ରଥମ ସ୍ଥାନରେ ଥିବା ପ୍ରତିଯୋଗିମାନେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ସୁରଭୀ ମହୋତ୍ସବରେ ଅସ୍ୟ ଗ୍ରହଣ କରିବେବୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୁଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *