ବନ୍ଦେ ମାତରମ” ର ୧୫୦ତମ ବାର୍ଷିକୀ ଅବସରରେ ପୋୖରାଞ୍ଚଳ ସ୍ତରୀୟ ସାମୂହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Date-20/01/26*ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଜଗତସିଂହପୁର ପୌରପରିଷଦ ପକ୍ଷରୁ ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ର ଗୀତ “ବନ୍ଦେ ମାତରମ” ର ୧୫୦ତମ ବାର୍ଷିକୀ ଅବସରରେ ପୋୖରାଞ୍ଚଳ ସ୍ତରୀୟ ସାମୂହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜଗତସିଂହପୁର ପୌରପରିଷଦର ସଂଯୁକ୍ତ ପ୍ରୟାସରେ ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଅବସରରେ ପୌରାଞ୍ଚଳ ସ୍ତରୀୟ ସାମୂହିକ ଗାନ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରଗୀତ “ବନ୍ଦେ ମାତରମ” ଦେଶବ୍ୟାପୀ ପାଳନ ତଥା ୧୫୦ତମ ବାର୍ଷିକୀ ଅବସରବଙ୍ଗଳା ସାହିତ୍ୟିକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ “ବନ୍ଦେ ମାତରମ” ପ୍ରଥମେ 1875 ମସିହାରେ ରଚିତ ହୋଇଥିଲା। ଏହିପରି 2025 ମସିହା ଏହାର ୧୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ଦେଶବ୍ୟାପୀ ଭାବେ ପାଳନ କରାଯାଉଛି।ସ୍ୱାଧୀନତା ସଂଗ୍ରାମର ପ୍ରେରଣା ସୂତ୍ର“ବନ୍ଦେ ମାତରମ” ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଜନତାଙ୍କୁ ଜାଗ୍ରୁତ କରିଥିବା ଏକ ଅମର ଗୀତ। ଏହା ଦେଶଭକ୍ତି, ଏକତା ଓ ଜାତୀୟ ଚେତନାର ପ୍ରତୀକ।ଜାତୀୟ ଏକତା ଓ ଗର୍ବବୋଧ ସୃଷ୍ଟି । ଏହି ଅବସରରେ ଦେଶବାସୀଙ୍କ ମନରେ ରାଷ୍ଟ୍ରପ୍ରେମ, ସଂବିଧାନିକ ମୂଲ୍ୟବୋଧ ଓ ସାଂସ୍କୃତିକ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରାଯାଉଛି। ସରକାରୀ ପଦକ୍ଷେପ ଭାରତ ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମୂହିକ ଗାନ, ସମ୍ମେଳନ ଓ ଶିକ୍ଷାମୂଳକ ଆୟୋଜନ ମାଧ୍ୟମରେ ଏହାକୁ ଦେଶବ୍ୟାପୀ ପାଳନ କରାଯାଉଛି।“ବନ୍ଦେ ମାତରମ” ଭାରତୀୟ ଜାତୀୟ ଚେତନାର ଆତ୍ମା। ଏହାର ୧୫୦ତମ ବାର୍ଷିକୀ ଅବସରରେ ଦେଶବ୍ୟାପୀ ପାଳନ ହେଉଛି ଯାହା ଆଗାମୀ ପିଢ଼ିକୁ ଦେଶଭକ୍ତିର ଆଦର୍ଶ ସହ ପରିଚିତ କରାଏ। ଏହି କାର୍ଯ୍ୟକ୍ରମ ରେ ପୋୖରାଧକ୍ଷା ଅର୍ଚ୍ଚନା ସିଂ, ନିର୍ବାହୀ ଅଧିକାରୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ଅଧ୍ୟାପକ ଅଭିରାମ ଶତପଥୀ, ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *