ଜି.ପି.ଏଲ.ଏଫ.ଏସ ପକ୍ଷରୁ ଏକ କର୍ମୀ ସଂଘ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ

ପୁରୀ :- ଜିଲ୍ଲାସ୍ତରୀୟ ଜି.ପି.ଏଲ.ଏଫ.ଏସ ପକ୍ଷରୁ ଏକ କର୍ମୀ ସଂଘ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ରାଜ୍ୟସଭା ସାଂସଦ ସୁଭାଷ ସିଂ ସନ୍ନମାନିୟ ଅତିଥି ଭାବେ ଯୋଗଦାନ କରିଥିଲେ।ବ୍ଲକ ଛେୟାରମ୍ୟାନ ଅଧକ୍ଷ ସରୋଜିନୀ ବେହେରା, ଜି.ପି. ଏଲ କର୍ମୀର ସଭାପତି ନିରୁପମା ନାୟକ, ରାଜ୍ୟ ସମ୍ପାଦକ ବନିତା ବାରିକ, ଜିଲ୍ଲା ସଭାପତି କାଗେଜି ଭୁଜଭୋଲ, ସମ୍ପାଦକ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । ୨୦୧୧ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ମିସନ ଶକ୍ତିରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଆସୁଛନ୍ତି । ଏସ.ଏଚ.ଜି ମାନଙ୍କ ପାଇଁ ମୋ ଉପକାରୀ ବଗିଚା, ବ୍ୟାଙ୍କ ଲିଙ୍କେଜ ଲୋନ, କୋଭିଡ ଲୋନ, ଅଗରବତୀ ଓ ପନିପରିବା ବିବିର୍ଣ୍ଣ ପ୍ରକାର ପ୍ରଡ୍ୟୁସର ଗ୍ରୁପକରି ଲାଇଭ ହୁଡ ସପୋର୍ଟ ଯୋଗାଇ ଦେଇ ମା ମାନଙ୍କୁ ଆତ୍ମନିର୍ଭର ଶିଳ କରିବା ସହିତ ଜି.ପି.ଏଲ.ଏପ ରେ ଅନଲାଇନରେ ଡାଟା ଏନଟ୍ରି କରି ସମସ୍ତ ରେକର୍ଡ଼ ଖାତା ପତ୍ର ଲେଖିବା କାର୍ଯ୍ୟ କରିଆସୁଛନ୍ତି ଲ ଏହି ସବୁ କାର୍ଯ୍ୟ କରି କାର୍ଯ୍ୟ ହିସାବରେ ପାରିଶ୍ରମିକ ବହୁତ କମ ହୋଇଥିବାରୁ ସରକାରଙ୍କ ନିକଟରେ କର୍ମୀ ସଙ୍ଘ ଅତିଥି ମାନଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *