ସର୍ବସାଧାରଣଙ୍କ ଦର୍ଶନାର୍ଥେ ଦିଲ୍ଲୀରେ ଦ୍ୱିତୀୟ ଥର ସ୍ଥାପନା ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ
ନୂଆଦିଲ୍ଲୀ :- ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ଝଲକ କେବଳ ରାଜ୍ୟ ବା ଦେଶ ଭିତରେ ଆଜି ସୀମିତ ହୋଇ ରହିନାହିଁ । ଏପରିକି ବିଶ୍ୱର କୋଣ ଅନୁକୋଣରେ ମଧ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ସ୍ୱତଃପ୍ରବୃତ୍ତ ଭାବେ ଆଜି ଆଗେଇ ଆସୁଥିବା ଦେଖାଦେଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠ ବର୍ତ୍ତୀ ସହର ଗୁଡ଼ୁଗଁl, ଫରିଦାବାଦ, ନୋଇଡା ବିଭାଡି (ରାଜସ୍ଥାନ )ଏବଂ ଅନ୍ୟ କେତେକ ପାର୍ଶ୍ଵବର୍ତ୍ତୀ ସହରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକାଧିକ ମନ୍ଦିର ଇତିମଧ୍ୟରେ ନିର୍ମାଣ ହୋଇଥିବାବେଳେ ଆଉ କିଛି ନିର୍ମାଣଧୀନ କାର୍ଯ୍ୟ ଆଗେଇ ଚାଲିଛି ଓ ଆଗାମୀ ଦିନରେ ଆଉ କେତେକ ସ୍ଥାନରେ ମନ୍ଦିର ନିର୍ମାଣ ହେବା ନେଇ ସୂଚନା ମିଳୁଛି । ତେବେ ଏ ସବୁକିଛି ସେହି ପ୍ରଭୂ କାଳିଆଙ୍କ ଇଚ୍ଛା ଓ ନିର୍ଦ୍ଦେଶରେ ହିଁ ହୋଇଥାଏ ବୋଲି ଭକ୍ତଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅଧିକରୁ ଅଧିକ ପ୍ରଚାର, ପ୍ରସାର କରାଇବା, ଯାନିଯାତ୍ରା ପାଳନ କରି ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତିର ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରାଇବାର ମହାନ ଆଭିମୁଖ୍ୟ ନେଇ ବିଭିନ୍ନ ପଦେକ୍ଷପ ନିଆ ଯାଉଥିବା ବେଳେ, ଶ୍ରୀ ନୀଳାଚଳ ସେବାସଙ୍ଘ ଦ୍ୱାରା ପ୍ରଥିଷ୍ଠିତ ଓ ପରିଚାଳିତ ଏବଂ ଦିଲ୍ଲୀ ମହାନଗର ନିଗମ ରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରି ଆସୁଥିବା ଦକ୍ଷିଣ ଦିଲ୍ଲୀ ର ହlଉଜ଼ଖାସ ଠାରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଗତ ଦୁଇବର୍ଷ ତଳେ ସର୍ବପ୍ରଥମେ ଶ୍ରୀକ୍ଷେତ୍ରରୁ ସଡ଼କ ପଥରେ ଏକ ସ୍ୱତନ୍ତ୍ର ଯାନ ଯୋଗେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ନନ୍ଦିଘୋଷ ରଥର ପବିତ୍ର ଚକକୁ ଅଣାଯାଇ ପୂଜା ଅର୍ଚ୍ଚନା କରାଯାଇ ମନ୍ଦିରର ମୁଖ୍ୟଦ୍ୱାର ନିକଟରେ ସର୍ବସାଧାରଣଙ୍କ ଦର୍ଶନାର୍ଥେ ସ୍ଥାପନ କରାଯାଇଥିଲା ବେଳେ ଗତକାଲି ବାବା ଶ୍ରୀ ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀ ଭାଗବତ ସନ୍ଧ୍ୟା ଦିଲ୍ଲୀର ମୁଖ୍ୟ ଆୟୋଜକ ନିର୍ମଳ ଚନ୍ଦ୍ର ଧଳ ଚଳିତ ବର୍ଷ (୨୦୨୧)ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ନନ୍ଦିଘୋଷ ରଥର ପବିତ୍ର ରଥ ଚକକୁ ଏକ ସ୍ୱତନ୍ତ୍ର ଯାନ ଯୋଗେ ପୁରୀ ଶ୍ରୀକ୍ଷେତ୍ରରୁ ମଗାଇ ଦକ୍ଷିଣ ଦିଲ୍ଲୀର ଛତରପୁର କାତ୍ୟାୟିନୀ ମନ୍ଦିର ନିକଟସ୍ଥ ରାଜପୁରା ଠାରେ ଥିବା ତାଙ୍କ ଆବାସ ପରିସରରେ ପୂର୍ବରୁ ସ୍ଥାପନା କରାଯାଇଥିବା ବାବା ଶ୍ରୀ ଶ୍ରୀ ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ଥାପନାକରିଥିଲେ। ଗତ କାଲି (ରବିବାର ) ପ୍ରତ୍ୟୁଷରୁ ପୂଜା ଅର୍ଚ୍ଚନା ହୋମ କରାଯାଇ ବିଧିବଦ୍ଧ ଭାବେ ସର୍ବସାଧାରଣଙ୍କ ଦର୍ଶନlର୍ଥେ ଏହି ପବିତ୍ର ଚକ ସ୍ଥାପନ କରାଯାଇଥିଲା ।ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରର ମୁଖ୍ୟ ଆଭିମୁଖ୍ୟ ସହ ରାଜଧାନୀ ଦିଲ୍ଲୀ ବାସିନ୍ଦା ଓ ଅଣ ଓଡିଆମାନଙ୍କୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା,ମହାପ୍ରଭୁଙ୍କ ରଥ, ଏବଂ ଏହି ପବିତ୍ର ଚକର ମହାତ୍ମା ସମ୍ପର୍କରେ ଅବଗତ କରାଇବା ଓ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକ ଭାବନା ଜାଗୃତି କରାଇବା ଆଜିର ଏହି ପବିତ୍ର ଚକ ସ୍ଥାପନlର ମୂଳଲକ୍ଷ ବୋଲି ଶ୍ରୀ ଧଳ କହିବା ସହ ପୂଜ୍ୟ ଗୁରୁଦେବ ବାବା ଶ୍ରୀ ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶୀର୍ବାଦ ଓ ବିଶ୍ୱ ସନାତନ ଯୁବସେବା ସଙ୍ଘର ସଭାପତି ସତ୍ୟାନନ୍ଦ ଦାସଙ୍କ ପ୍ରେରଣା ଯୋଗୁ ଦୀର୍ଘ ବର୍ଷ ପରେ ଏହା ଆଜି ସମ୍ଭବପର ହୋଇ ପାରିଛି ବୋଲି ଆମ ଦିଲ୍ଲୀ ପ୍ରତିନିଧି ଲକ୍ଷ୍ମୀନାରାୟଣ ବେବର୍ତ୍ତlଙ୍କ ଆଗରେ ଶ୍ରୀ ଧଳ ପ୍ରକାଶ କରିଛନ୍ତି। ଏହି ଆଧ୍ୟାତ୍ମିକ କର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉଦ୍ୟେlଗପତି ,ଡ. ନିଖିଲ ଅଗ୍ରବାଲ, ଶ୍ରୀ ଜଗନ୍ନାଥ ସଂସ୍କୃତିପ୍ରେମୀ, ଡ଼. ଅତୁଲ୍ୟ କୁମାର ପଣ୍ଡା, ଜlମିଆ ମିଲିଆ ବିଶ୍ୱ ବିଦ୍ୟାଳୟ ର ସଂସ୍କୃତ ବିଭାଗୀୟ ମୁଖ୍ୟ ଡ଼. ଗିରିଶ ପନ୍ଥ, ସପରିବାର ସହ ଉଦ୍ୟlଗପତି ଜୟନ୍ତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଲଷ୍ମୀ, ନାରାୟଣ ବେବର୍ତ୍ତl, ଆୟୋଜକ ଶ୍ରୀ ନିର୍ମଳ ଚନ୍ଦ୍ର ଧଳ ଙ୍କ ପରିବାର, ବନ୍ଧୁ ଓ ଆତ୍ମୀୟ ଙ୍କ ସହ ସ୍ଥାନୀୟ କଲୋନୀ ବାସିନ୍ଦା ପ୍ରମୁଖ ଏଥିରେ ଯୋଗ ଦେଇଥିବା ଦେଖାଦେଇଥିଲା। ସାମ୍ପ୍ରତିକ କୋଭିଡ କଟକଣାକୁ ସତର୍କ ଦୃଷ୍ଟି ରେ ରଖି ଓ ସରକାରଙ୍କ ଗାଇଡ଼ ଲାଇନକୁ ଅନୁପାଳନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. କଣ୍ଠ ଶିଳ୍ପୀ ସାଗର ଜେନାଙ୍କ ଦ୍ୱାରା ଭଜନ, କୀର୍ତ୍ତନ ହୋଇଥିବା ବେଳେ ପୂଜକ ଦେବୀ ପ୍ରସାଦ ନନା ପୂଜାର ସମସ୍ତ ବିଧି କରିଥିଲେ।
ଲକ୍ଷ୍ମୀନାରାୟଣ ବେବର୍ତ୍ତl , ନୂଆଦିଲ୍ଲୀ।
