ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଭଦ୍ରକ ତରଫରୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଭଦ୍ରକ ତରଫରୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।୦୨/୧୨/୨୦୨୫ ରିଖ ମଙ୍ଗଳବାର ୧୦:୩୦ ସମୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ , ଭଦ୍ରକ ତରଫରୁ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ରାଉତରାୟ, ଜିଲ୍ଲାପାଳ, ଭଦ୍ରକକଂ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଯୌତୁକ ନିଷେଧ ଅଧିନିୟମ -୧୯୬୧ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୂପାଲୀ ମିତ୍ର ଉକ୍ତ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମାଜରେ ମହିଳାମାନଙ୍କ ଦାୟିତ୍ବ ଉପରେ ଗୁରୁତ୍ୱାରୋପ କରିବା ସହିତ ମାନସିକ ସ୍ତରରେ ଏବଂ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ବାନ ଦେଇଥିଲେ ଏବଂ ଯୌତୁକ ନିଷେଧ ଅଧିନିୟମ -୧୯୬୧ କିଭଳି ତୃଣମୂଳ ସ୍ତରରେ ପହଞ୍ଚାଯାଇ ପାରିବ ତାହା ଉପରେ ଗୁରୁତୋଆରୋପ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଭାବେ ଦିପ୍ତିକା ପ୍ରିୟଦର୍ଶିନୀ ସାହୁ ,ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରତିନିଧି ଭାବେ ଡକ୍ଟର ତାପସ କୁମାର ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର

ଏହି କର୍ମଶାଳାର ଆବଶ୍ୟକତା ଓ ଅନିବର୍ଯ୍ୟତା ଉପରେ ମତପୋଷଣ କରିଥିଲେ। ଏହି କର୍ମଶାଳାରେ ସମ୍ବଳ ପ୍ରତିନିଧିଭାବେ ଭଦ୍ରକ ଓକିଲ ସଂଘର ବରିଷ୍ଠ ଓକିଲ ଡକ୍ଟର ରାଧାରାଣୀ ମହାପାତ୍ର ଏବଂ ନିର୍ଦ୍ଦେଶକ ଫେଲୋସିପ ଲଲାତେନ୍ଦୁ ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଉପସ୍ଥିତ ପ୍ରଶିକ୍ଷାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତାଲିମ୍ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସୁରକ୍ଷା ତଥା କାର୍ଯକ୍ରମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରା ସାହୁ ଏହି କର୍ମଶାଳାକୁ ସୁଚାରୁରୂପେ ସମ୍ପାଦନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସଂପନ କରିଥିଲେ।
