ବାରାଣାସୀରେ କାଶୀ-ତାମିଲ ସଙ୍ଗମମ ୪.୦ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବାରାଣାସୀରେ କାଶୀ-ତାମିଲ ସଙ୍ଗମମ ୪.୦ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଭାରତର ବିବିଧତା ଓ ଭାଷାଗତ ପରମ୍ପରା ହିଁ ସବୁଠୁ ବଡ଼ ଶକ୍ତି – ଧର୍ମେନ୍ଦ୍ର ପ୍ରଧାନଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେଟିଏସ ୪.୦ର ଶୁଭାରମ୍ଭ କଲେ କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛିଏହା ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ର ବିଚାରକୁ ଅଧିକ ମଜବୁତ କରିବନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୦୨ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାରାଣାସୀରେ କାଶୀ- ତାମିଲ ସଙ୍ଗମମ୍(କେଟିଏସ ୪.୦)ର ଶୁଭାରମ୍ଭ କରିଛନ୍ତି । କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ଐତିହାସିକ ସମ୍ପର୍କକୁ ଉଜାଗର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି । କାଶୀ ତାମିଲ ସଙ୍ଗମମ୍ ୪.୦ର ସମସ୍ତ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି । ସଭ୍ୟତାର ଦୁଇଟି ସ୍ତମ୍ଭ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ପୁରାତନ ସମ୍ପର୍କକୁ ମଜଭୂତ୍ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହେବା ସହ ଅନୁଭୂତିଭିତ୍ତିକ ଶିକ୍ଷଣର ଏକ ମାଧ୍ୟମରେ ପରିଣତ ହୋଇଛି । ଭାରତର ବିବିଧତା ଏବଂ ଭାଷାଗତ ପରମ୍ପରା ହିଁ ଏହାର ସବୁଠାରୁ ବଡ଼ ଶକ୍ତି ।

ତେଣୁ, ଭାଷାଗତ ଏକତା ଓ ଗୌରବ ହିଁ କାଶୀ- ତାମିଲ ସଙ୍ଗମମର ମୂଳରେ ଅନ୍ତର୍ନିହିତ । ‘ତାମିଲ ଶିଖିବା’ କୁ ଏହାର ପ୍ରମୁଖ ବିଷୟ ଭାବେ ରଖି, କାଶୀ ତାମିଲ ସଙ୍ଗମମ୍ ୪.୦ ଜ୍ଞାନ ଏବଂ ଭାଷା ଭିତ୍ତିକ ଆଦାନପ୍ରଦାନ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ସହ ତାମିଲନାଡୁ ବାହାରେ ତାମିଲ ଭାଷା ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଉଛି । କାଶୀ ତାମିଲ ସଙ୍ଗମମ୍ ୪.୦ ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ର ବିଚାରକୁ ଅଧିକ ମଜବୁତ କରିବା ସହିତ ଟିବି ମାକାଉଲେଙ୍କ ମାନସିକତାକୁ ସବୁଦିନ ପାଇଁ ଶେଷ କରିବାରେ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ.ରବି, ପୁଡୁଚେରିର ଉପରାଜ୍ୟପାଳ ଶ୍ରୀ କେ କୈଳାଶନାଥନ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, ସୂଚନା, ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *