ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅଭିଷେକ ଜ୍ୟୋତିଷ ।
ପାଟଣାଗଡ଼ ,ବାଇକ୍ ଦୁର୍ଘଟଣା ଯୋଗୁଁ ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ ଶଯ୍ୟାଶାୟୀ ହୋଇପଡିଛନ୍ତି , ଗରିବ ଓ ଅର୍ଥାଭାବରେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣେ ସମାଜସେବୀ ଙ୍କ ଦୁଃଖଦ କାହାଣୀ ଲକ୍ଷ୍ୟ କରାଯାଇଛି. ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମରେ । ପ୍ରକାଶ ଯେ, ଗତ ୨୮|୪|୨୦୨୫ ଦିନ ଅଭିଷେକ ଜ୍ୟୋତିଷ ନିଜ ବାଇକ୍ ଯୋଗେ ଖପ୍ରାଖୋଲ ରୁ ନିଜ କାମ ସାରି ଘରକୁ ଫେରିଥିବା ବେଳେ ହରିଶଙ୍କର ଛକ ଠାରେ ବାଇକ୍ ଏକ ଗାତରେ ପଡିଯିବାରୁ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡିଯାଇଥିଲେ ଅଭିଷେକ। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ରାଇପୁର, ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଚିକିତ୍ସିତ ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ମଧ୍ୟ ତାଙ୍କ ମେରୁଦଣ୍ଡ ହାଡ଼ ଓ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ଡାକ୍ତର ତାଙ୍କୁ ଅପରେସନ କରିବା ପାଇଁ କହିଥିବା ବେଳେ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ ପଡିବ ଡାକ୍ତର ପରାମଶ ଦେଇଥିଲେ.। ମାତ୍ର ପାଖରେ ଟଙ୍କା ନଥିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ | ବର୍ତ୍ତମାନ ଅଭିଷେକ ବିନା ଚିକିତ୍ସାରେ ଘରେ ବିଛଣାରେ ପଡ଼ି ରହିଛନ୍ତି. ଅଣ୍ଟା ଭାଙ୍ଗି ଯାଇଥିବାରୁ ସେ ସର୍ବଦା ଶୋଇ ରହୁଛନ୍ତି.। ଅଭିଷେକ ଜଣେ ସମାଜସେବୀ ଭାବେ ଜଣାଶୁଣା। ବିଛଣାରେ ପଡିବା ଦିନ ଠାରୁ ପରିବାରର ଗୁଜରାଣ ମୋଟାମୋଟି ଭାବେ ବନ୍ଦ ହୋଇଯାଇଛି । ଅଭିଷେକ ଙ୍କ ସ୍ତ୍ରୀ ମଧ୍ୟ ଛାଡି ତାଙ୍କ ବାପ ଘରେ ରହୁଛନ୍ତି। ଯାହାଫଳରେ ବାପା ପରମାନନ୍ଦ ଜ୍ୟୋତିଷ ଏକ ମାତ୍ର ପୁଅ ର ସେବା ଶୁଶ୍ରୁଷା କରିବା ସହ ଦୁଇ ବାପ ପୁଅ ବହୁ ଦୁଃଖ ଯନ୍ତ୍ରଣା ଓ ଉପବାସରେ ଦିନ କାଟୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ପ୍ରଶାସନ ଓ ରାଜ୍ୟ ସରକାର ଏହି ଦୁଖଃଦ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି ।
