ଟାଟା ର ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି l
ଗୋପ ୧୭/୦୫/୨୫ ଗୋପ ରେ ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗ ଦ୍ଵାରା ହେଉଥୁବା କାର୍ଯ୍ୟ କୁ ନେଇ ଉଠିଲା ପ୍ରଶ୍ନ ଲ ଗତ କିଛି ଦିନ ତଳେ ଗୋପ ର ଜଣେ ଠିକା କର୍ମଚାରୀ ଙ୍କ ଦୃଘଟଣା ହୋଇଥିଲା ଏଵେ ବି ସିଏ ବେସରକାରୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ମରଣ ସହିତ ସଙ୍ଘର୍ଷ କରିବାକୁ ପଡୁଛି l ନିମାପଡା ଠାରୁ କୋଣାର୍କ ରାଜ୍ୟ ରାଜପଥ ଟି ସଦାସର୍ବଦା ପର୍ଯ୍ୟଟକ ଙ୍କ ଯାତାୟାତ ହୋଇଥାଏ l ଯେହେତୁ ଏହି ରୁଟ ଦେଇ ଅନେକ ବ୍ୟବସାୟୀ ଅନୁଷ୍ଠାନ ସହିତ ପର୍ଯ୍ୟଟନ ସ୍ଥଳୀ ରହିଛି ସେଥିପାଇଁ ବିଦ୍ୟୁତ ଖୁଣ୍ଟ ଓ ତାର ବ୍ୟବହାର କରିବା ପୁର୍ବ ରୁ ଚିନ୍ତା କରିବା ର ଥିଲା l ବାଙ୍କ ବୁଲାଣି ଆଦି ସ୍ଥାନରେ ଖୁଣ୍ଟି ରହିବା ସହିତ ରାସ୍ତା ଅତିକ୍ରମ କରୁଥିବା ତାର ଗୁଡିକ ସାଧାରଣତଃ ୨୦ ଫୁଟ ଉପରେ ରହିବା କଥା l କିନ୍ତୁ ଏଭଳି ଜନଗହଳି କ୍ଷେତ୍ର ଟାଟା ର ବେଖାତିର ମନୋଭାବ ଆଜି ଦୃଘଟଣା କ୍ରମଶଃ ବୃଦ୍ଧି ପାଉଛି l ଇଣ୍ଡିଆନ ଅଏଲ ପକ୍ଷରୁ ଗୋପ ବ୍ଲକ ରେ ହୋଇଥିବା ସର୍ବେ ରୁ ମାତ୍ର ୩ଟି ସ୍ଥାନ ରୁ ପ୍ରକୃତି ତୈଳ ପଦାର୍ଥ ବା ବ୍ୟାସ ମହଜୁତ ରହିଥିବା ସନ୍ଧାନ ମିଳିଲା ପରେ ଗୋପ ରେ ଖାନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l

ଖାନନ ପ୍ରକ୍ରିୟା ଯେତିକି ଆର୍ଥ ବ୍ୟୟ ବରାଦ ହୋଇଥିଲା ତାହାଠୁ ବାଟମାରଣା ରେ ଯାଇଥାଏ l ସେଥିପାଇଁ ଅପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ହେବାପରେ ଗୋପ ବ୍ଲକ ରୁ କୌଣସି ସ୍ଥାନରୁ ତୈଳ ସନ୍ଧାନ ମିଳିଲା ନାହିଁ ଯାହାଫଳରେ ଗୋପ ବାସୀ ଙ୍କ ମନରେ ଘୋର ଆଘାତ ଦେଇଥିଲା l ଏହା ସତ୍ୟ ଯେ ଉକ୍ତ କାର୍ଯ୍ୟକ୍ରମ ଯୋଗୁଁ ନିର୍ଦ୍ଧିଷ୍ଟ କେତେଜଣ ବ୍ୟକ୍ତି ବିଶେଷ ହି ଉପକୃତ ହୋଇଥିଲେ ତା ବ୍ୟତିଥ ଅନ୍ୟ କୌଣସି ସାଧାରଣ ବ୍ୟକ୍ତି ଉପକୃତ ହୋଇନାହାନ୍ତି l ଏଣୁ ଗୋପ ବାସୀ ଙ୍କ ପକ୍ଷରୁ ଦାବୀ ହେଉଛି ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗର ମନଇଛା କାର୍ଯ୍ୟ ରୁ ନିବୃତ ରହିବା ସହିତ ବାରମ୍ବାର ଅଘୋଷିତ ବିଦ୍ୟୁତ କଟ ବନ୍ଦ କରନ୍ତୁ l ଏଵେ ଯେଉଁଭଳି ପ୍ରଚଣ୍ଡ ରୁଦ୍ରତାପ ବୃଦ୍ଧ ପାଉଛି ସେଥିପାଇଁ ଲୋକେ ନିଜ ଘରେ ହି ଆଶ୍ରୟ ନେଉଛନ୍ତି କିନ୍ତୁ ଲୋ – ଭୋଲ୍ଟେଜ ଯୋଗୁଁ ଜନ ଜୀଵନ ପୁରା ଅସ୍ତବ୍ୟସ୍ତ ହୋଇଗଲାଣି l ଏହାର ଯଦି କୌଣସି ପରିବର୍ତ୍ତନ ନ ହୁଏ ତେବେ ଆଗାମୀ ଦିନ ରେ ଗୋପ ରେ ଏକ ବଡ଼ ଧରଣ ଆନ୍ଦୋଳନ କୁ ଏଡାଇ ଦେଇ ହେଵ ନାହିଁ l
