ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର ଦ୍ଵିତୀୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ

** ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଦ୍ଵିତୀୟ ଆଚିଭର୍ସ ଆୱାର୍ଡ ଉତ୍ସବ ସ୍ଥାନୀୟ ପଦ୍ମଜା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡିଶାର ୩୦ ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ଆରମ୍ଭ କରିଥିଲା। ସଂସ୍ଥାର ଦ୍ଵିତୀୟ ଆଚିଭର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ମୁଖ୍ୟ ଅତିଥିଭାବେ ଡାକ୍ତର ଗୌରଭ ରଲହାନ, ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ବିଧାୟକ ଅଗସ୍ତି ବେହେରା, ଡାକ୍ତର ପାର୍ଥ ସାରଥି ମିଶ୍ର, ଡଃ ପ୍ରସନ୍ନ କୁମାର ପଟ୍ଟଶାଣୀ, କମଳାକାନ୍ତ ସାହୁ, ସମାଜସେବୀ ନମ୍ରତା ଚଢା ଏବଂ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର ମୁଖ୍ୟ ଭରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂସମସ୍ତ ଅତିଥିଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରାଯାଇଥିଲା l

ଏହି ଉତ୍ସବରେ ଯୁବବର୍ଗଙ୍କ ପାଇଁ ବର୍ତ୍ତମାନ, ଭବିଷ୍ୟତ ଏବଂ ରୋଜଗାର ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା l ରପ୍ତାନି ବ୍ୟବସାୟ ଉପରେ ବହୁତ ଟିପ୍ପଣୀ ଦେଇଥିଲେ ଅତିଥି l ବିଦେଶରୁ ପେରି ଯୁବପିଢ଼ି ଓଡ଼ିଶାରେ ବ୍ୟବସାୟ କରି ସଫଳତା ପାଇଲେଣି l କାରଣ ଓଡ଼ିଶାରେ ଅନେକ ସମ୍ଭାବନା ରହିଛି l ଡିଜିଟାଲ ମିଡ଼ିଆ ର ମଧ୍ୟ ଆବଶ୍ୟକତା ରହିଛି ଯାହାଦ୍ୱାରା ପ୍ରତିଟି ଜିନିଷର ପରିବର୍ତ୍ତନ କରିହେବ l ଦ୍ଵିତୀୟ ଆଲୋଚନା ରେ ମହିଳା ସଶକ୍ତିକରଣ ଉପରେ ଥିଲା l ଶ୍ରୀମତୀ ଚଢ଼ା କହିଥିଲେ ମହିଳାମାନେ ପୁରୁଷ ଙ୍କ ସହିତ କେବେ ହେଲେ ସମାନ ନୁହଁନ୍ତି l ସେମାନେ ଭିନ୍ନ ଏବଂ ସ୍ୱତନ୍ତ୍ର l ଜିଇଁବାର ଶୈଳୀ ତାଙ୍କ ପାଖରେ ଅଛି l ଡାକ୍ତର ଗୌରବ କହିଥିଲେ ଆଗରୁ କଙ୍କଡା ମାନେ ଗୋଡ଼ ଟାଣୁଥିଲେ ବୋଲି ଆଗକୁ ଆମେ ଆଗେଇ ପାରୁନଥିଲେ, ଏବେ ବି ସେଇ କଙ୍କଡା ଅଛନ୍ତି ହେଲେ ପରସ୍ପର ସହିତ ହାତ ମିଶେଇ ଆଗକୁ ବଢିବାକୁ ଯାଉଛୁ l ପାଇକ ମାନଙ୍କର ଅସ୍ଥିତ୍ୱ ଥିଲା ଏବଂ ଅଛି ମଧ୍ୟ l ଆଗକୁ ପାଠ୍ୟ ପୁସ୍ତକ ରେ ପାଇକ କଥା ସ୍ଥାନ ପାଇବ ନିଶ୍ଚୟ ଏକଥା ମଧ୍ୟ ଅତିଥି ଦୀପକ କହିଥିଲେ l ଅତିଥି ସଞ୍ଜୟ କହିଥିଲେ ମହିଳା ମାନେ କେବଳ ସିଗ୍ନେଚର ଅଥରିଟି ନୁହଁନ୍ତି l ସେମାନେ ଏବେ ବହୁ ଉର୍ଦ୍ଧ୍ୱ ରେ l ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଅନୁଷ୍ଠାନ ତରଫରୁ ବସ୍ତିର ୧୦ ଜଣ ଶିଶୁଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ଆଗକୁ ବସ୍ତି ରେ ରହୁଥିବା ଛାତ୍ରଛାତ୍ରୀ ଙ୍କୁ ପାଠ ପଢେଇବା ପାଇଁ ନିଷ୍ପତ୍ତି ନେଇଛି l ପରେ ପରେ ଅତିଥିଙ୍କ ଦ୍ୱାରା ୩୦ ଜଣ ସଫଳ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ଓଡିଶା ଆଚିଭର୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଭରତ ପ୍ରଧାନ ସ୍ୱାଗତ ଭାଷଣରେ କହିଥିଲେ, ମୋ ଦେହର ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ମୁଁ ଗରିବ ଶିଶୁ ମାନଙ୍କ ପାଇଁ ଯେତିକି ସାଧନ ହୋଇ ପାରିବ ନିଶ୍ଚୟ କରିବି ଏବଂ ଆମ ଟ୍ରଷ୍ଟ ଏଥି ପାଇଁ ସଦା ସର୍ବଦା କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମକୁ ଶୁଭୋଜିତ୍‌‌ ପଣ୍ଡା ପରିଚାଳନା କରିଥିଲେ ଓ ଏବଂ ଆରଜେ, ଭିଜେ କେପି ଆଲୋଚନା ଚକ୍ର କୁ ପରିଚାଳନା କରିଥିଲେ l ଅତିଥିଗଣ ଏହା ଏକ ଅଭିନବ ପ୍ରୟାସ ବୋଲି କହି ଖୁସି ବ୍ୟକ୍ତ ସହିତ ଯୁବ ଉଦ୍ୟୋଗୀ ଭରତ ପ୍ରଧାନ ଙ୍କୁ ଭୁୟସି ପ୍ରଶଂସା କରିଥିଲେ l

Leave a Reply

Your email address will not be published. Required fields are marked *