ଅତିରିକ୍ତ ସଚିବଙ୍କ ମଣ୍ଡି ପରିଦର୍ଶନ

ପୁରୀ ୬/୨ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଡ ଚିତ୍ରସେନ ରାଉତ ଆଜି ପୁରୀ ଜିଲ୍ଲାର ବିଭିନ୍ନ ପାକ୍ସ ବା ଧାନ ମଣ୍ଡି ପରିଦର୍ଶନ କରିଛନ୍ତି।ସେ ନିମାପଡାବ୍ଲକର କପିଳେଶ୍ୱର ପାକ୍ସ ଓ ଗୋପ ବ୍ଲକର ନୟାହାଟ ପାକ୍ସ କୁ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।କୌଣସି ପରିସ୍ଥିତିରେ ଚାଷୀ ଯେପରି ହଇରାଣ ହରକତ ନ ହୁଅନ୍ତି, ମଣ୍ଡି ମାନଙ୍କ ରେ ସେମାନଙ୍କ ପାଇଁ ବିବିଧ ଆନୁଷଙ୍ଗିକ ସୁବିଧା ବ୍ୟବସ୍ଥା କରିବା,ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଧାନ ସଂଗ୍ରହ କରିବାକୁ ଡ ରାଉତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ସମବାୟ ବିଭାଗର ଯୁଗ୍ମ ସଚିବ ଲିଙ୍ଗରାଜ ନାୟକ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଡିଆରସିଏସ ସରୋଜିନୀ ଜେନା,ନିମାପଡା ଯୋଗାଣ ନିରୀକ୍ଷକ, ପାକ୍ସ ସେକ୍ରେଟାରୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨୧୮ ଚାଷୀ ମାନଙ୍କ ଠାରୁ ୩୯୭୩୪୮ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ୭୨୩୦୯୬୦୦୩ ଟଙ୍କା ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *