ଉଦୀୟମାନ ପରିବାର ପକ୍ଷରୁ ହୋଲି କବିତା ଓ ବସନ୍ତ ମିଳନ ଉତ୍ସବ ପାଳିତ

ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ସ୍ଥିତ ଉଦୀୟମାନ ପାଠାଗାର ଆନୁକୁଲ୍ୟରେ ହୋଲି କବିତା ଆସର ଏବଂ ବସନ୍ତ ମିଳନ ଉତ୍ସବ ମହା ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ରାମଚନ୍ଦ୍ର ଶୁକ୍ଳ ଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କବୟିତ୍ରୀ ତଥା ବଉଳ ଫୁଲର ସଂପାଦିକା ବ୍ରଜେଶ୍ବରୀ ସିଂ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ନିଜ ବକ୍ତବ୍ୟରେ କବିତା ମାଟି ମହକର ବାସ୍ନା ନେଇ ଆକାଶ ପର୍ଯ୍ୟନ୍ତ ଲମ୍ବିଥାଏ ବୋଲି ସେ କହିଥିଲେ ।ବରିଷ୍ଠ ପାଲାକାର ରଜନୀକାନ୍ତ ପୃଷ୍ଟି ମୁଖ୍ୟ ବକ୍ତାଭାବରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜନ ଜୀବନର କଥାକୁ ଲେଖନୀ ମୂନରେ ପରିପୃଷ୍ଟନ କରିଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପାଦୁକା ପତ୍ରିକାର ସମ୍ପାଦକ ଶିକ୍ଷାବିତ୍ କାହ୍ନୁଚରଣ ସାହୁ ନିଜ ବକ୍ତବ୍ୟରେ କହିଥିଲେ କବି ଓ କବିତା ଗୋଟିଏ ବୃନ୍ତର କଳିକା ସଦୃଶ ଓ ଉଭୟ ଗୋଟିଏ ମୁଦ୍ରାର ପାର୍ଶ୍ବ ସଦୃଶ ବୋଲି ଭିନ୍ନ ଭିନ୍ନ ମତ ପାଇଥିଲା । ସଂପାଦିକା ଅରୁଣୀ ନନ୍ଦଙ୍କ କବିତା ସଂଚାଳନରେ କବୟିତ୍ରୀ ସରୋଜିନୀ ପଣ୍ଡା , ହେମଲତା ଜେନା, କାଦମ୍ବିନୀ ମିଶ୍ର, ଅଞ୍ଜନା ମହାରଣା, ରଶ୍ମିତା ସେଠୀ, ଆରତୀ ସିଂ, ଇତିଶ୍ରୀ ରାଏ, ଅନିଲ କୁମାର ଦାସ, ଶ୍ରୀକାନ୍ତ କୁମାର ସିଂ ପ୍ରମୁଖ ସ୍ବରଚିତ ହୋଲି କବିତା ପାଠ କରିଥିଲେ । ଏହି ଉତ୍ସବକୁ କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ, ଉପସଭାପତି ବିନୋଦିନୀ ଦାଶ, କୋଷାଧ୍ୟକ୍ଷ ହରପ୍ରିୟା ମହାନ୍ତି, ସରସ୍ଵତୀ ସିଂ,ସେଷାଵ୍ଧୀ ସାମନ୍ତରାୟ, ସସ୍ମିତା ନାୟକ, ମୀରା ଦାସ,ଶିମ୍ରନ୍ ବେଗମ୍ ପ୍ରମୁଖ ପରିଚାଳନା କରିଥିଲେ । ପରେ ପରେ ରଙ୍ଗ ଅଭିରର ସ୍ପର୍ଶରେ ଖୁସି ମନାଇ ମିଷ୍ଟାନ୍ନର ମଜ୍ଜା ନେଇ ନାଚଗୀତ ତାଳେ ତାଳେ ଭାଇଚାରା ସମ୍ପର୍କ ବଜାୟ ରଖିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *