ସମ୍ଭାବ୍ୟ” କୋଭିଡଲହର ” ରୋକିବାକୁ ପ୍ରଶାସନିକ ପ୍ରସ୍ତୁତି ବୈଠକ
ମାଲକାନଗିରି,୨୭/୮- ସମଗ୍ର ବିଶ୍ବରେ ସମ୍ଭାବ୍ୟ କୋଭିଡ-୩ୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ,ଓଡ଼ିଶାର ଉପାନ୍ତ ଜିଲ୍ଲା,ମାଲକାନଗିରି ଠାରେ ଏନେଇr ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ,ଶ୍ରୀଯୁକ୍ତ ବିଶାଳ ସିଂ ( ଭା ପ୍ର ସେ) ଏଥିରେ ଅଧ୍ୟକ୍ଷତା କରିଥିଲାେଳେ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,ଡଃ ନନ୍ଦ,କୋଭିଡ କୋରଡିନେଟର,ଡଃ କେ ସି ମହାପାତ୍ର ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାରେ କୋଭିଡ ୧୯ ର ସ୍ଥିତି ସଂପର୍କରେ ସବିଶେଷ ଆଲୋଚନା କରିଥିଲେ।କୋରାପୁଟରୁ ଆସିଥିବା ଡଃ ରାଜ ଆଗମୀ ଦିନର ଭୟାବହତାକୁ ଦୃଷ୍ଟିରେ ରଖି ତାହାକୁ ପ୍ରଭାବଶାଳୀ ଭାବରେ ପ୍ରତିହତ କରିବାର ଯୋଜନାକୁ ଉପସ୍ଥାପନ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ସମ୍ମିଳିତ ଭାବେ ଏହାର ମୁକାବିଲା କରିବାର ଶପଥ ନେଇଥିଲେ।ଏହିଠାରେ ସୂଚନାଯୋଗ୍ୟ ଯେ , ଏଯାବତ ଓଡ଼ିଶାରେ ମାଲକାନଗିରି ଜିଲ୍ଲା କୋଭିଡ-୧୯ର ସଂକ୍ରମଣକୁ ଯଥେଷ୍ଟ ଭାବରେ ନିୟନ୍ତ୍ରଣ କରିବା ପାଇଁ ସଫଳ ଦୃଷ୍ଟାନ୍ତ ସୃଷ୍ଟି କରି ପାରିଛି।
