ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷରତିନି ଦଶନ୍ଧିର ଜଳ ସମସ୍ୟାର ଅନ୍ତ; ହରିୟାଣା ଓ ରାଜସ୍ଥାନ ପାଇଁ ବଡ଼ ସଫଳତାପ୍ରଧାନମନ୍ତ୍ରୀଙ୍କ ‘ବାର୍ତ୍ତାଳାପ ମାଧ୍ୟମରେ ସମାଧାନ’ ଦୃଷ୍ଟିକୋଣର ସଫଳ ପ୍ରତିଫଳନ ଏହି ଚୁକ୍ତି‘ସମବାୟ ସଂଘୀୟ ବ୍ୟବସ୍ଥା’ର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କଲେ ହରିୟାଣା, ରାଜସ୍ଥାନ ଓ ଜଳଶକ୍ତି ମନ୍ତ୍ରଣାଳୟକେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ରାଜସ୍ଥାନ ଏବଂ ହରିୟାଣା ସରକାର ଆଜି ନୂଆଦିଲ୍ଲୀରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଏବଂ କାର୍ଯ୍ୟକାରିତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନାଏବ ସିଂହ ସାଇନି, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲ ଏବଂ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ରାଜିନାମା ଦ୍ୱାରା ଆଜି ହରିୟାଣା ଏବଂ ରାଜସ୍ଥାନର ଲୋକମାନେ ସମ୍ମୁଖୀନ ହେଉଥିବା ପ୍ରାୟ ତିନି ଦଶନ୍ଧି ପୁରୁଣା ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଛି। ସେ କହିଥିଲେ ଯେ ଏହି ରାଜିନାମା

Leave a Reply

Your email address will not be published. Required fields are marked *