ଏଗ୍ରିଷ୍ଟାକ୍- ଓଡ଼ିଶାର କୃଷକ ପଞ୍ଜୀକରଣ ଏବଂ ଡିଜିଟାଲ ଫସଲ ସର୍ବେକ୍ଷଣ ରାଜ୍ୟସ୍ତରୀୟ ପରିଚାଳନା କମିଟିର ୮ମ ସମୀକ୍ଷା ବୈଠକ
ଭୁବନେଶ୍ୱର, ତା. ୬.୮.୨୦୨୬ :
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍-ଓଡ଼ିଶାର ୮ମ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଏସ୍ଏଲ୍ଏସ୍ସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅଗଷ୍ଟ ୪ ତାରିଖ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଙ୍କ ସମେତ ଅର୍ଥ ବିଭାଗ, ପୂର୍ତ୍ତ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଡଃ. ପ୍ରମୋଦ କୁମାର ମେହେର୍ଦ୍ଦା, ଏଗ୍ରିଷ୍ଟାକ୍ ଷ୍ଟାକ ମିଶନର ମୁଖ୍ୟ ଜ୍ଞାନ ଅଧିକାରୀ ଶ୍ରୀ ରାଜୀବ ଚାଓ୍ୱଲା ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନା କରିଥିଲେ ।
ଏଗ୍ରିଷ୍ଟାକ୍ ହେଉଛି କୃଷି କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତ ସରକାର, ରାଜ୍ୟ ସରକାରମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି । ଏହା ମାଧ୍ୟମରେ କୃଷକମାନଙ୍କୁ ପଞ୍ଜୀକରଣ କରାଯାଇ ଏକକ ଡିଜିଟାଲ ପରିଚୟ ( ଫାର୍ମର ଆଇଡି ) ଆଧାରରେ ବିଭିନ୍ନ ସରକାରୀ ଯୋଜନା, କୃଷି ପରାମର୍ଶ, ଫସଲ ବୀମା, ଆନୁଷ୍ଠାନିକ ଋଣ, ଇନପୁଟ୍ ସହାୟତା ଓ ଅନ୍ୟାନ୍ୟ ସେବା ସହଜରେ ସମନ୍ୱିତ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ୱାରା ଯୋଜନାର ସ୍ୱଚ୍ଛତା, ଲକ୍ଷ୍ୟଭିତ୍ତିକ ସେବା ପ୍ରଦାନ ଏବଂ ସେବା ବିତରଣ ଶୀଘ୍ର ଓ ସହଜ ହେବ ।
ବୈଠକରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ରାଜ୍ୟରେ ଏଗ୍ରିଷ୍ଟାକ୍ ଅଧିନରେ କୃଷକ ପଞ୍ଜୀକରଣ ଏବଂ ଡିଜିଟାଲ ଫସଲ ସର୍ବେକ୍ଷଣ ସ୍ଥିତି ଉପସ୍ଥାପନ କରିଥିଲେ । ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୪୪ ଲକ୍ଷ ୩୮ ହଜାର ୫୫୯ କୃଷକଙ୍କ ପଞ୍ଜୀକରଣ ଲକ୍ଷ୍ୟ ରହିଥିବା ବେଳେ ଅଦ୍ୟାବଧି ୨୦ ଲକ୍ଷ ୭୫ ହଜାର ୬୮୩ ପଂଜୀକୃତ ହୋଇଛନ୍ତି ଓ ଏହି ପ୍ରକ୍ରିୟା ଜାରି ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୭୫.୭୮% କୃଷକ ପଂଜୀକରଣ ହୋଇଛନ୍ତି । ବିଭିନ୍ନ ଜିଲ୍ଲାର ମାସଓ୍ୱାରୀ କୃଷକ ପଞ୍ଜୀକରଣ ସ୍ଥିତି ସମୀକ୍ଷା କରାଯାଇଥିଲା । ଗତ ଜାନୁଆରୀରୁ ଜୁଲାଇ ୨୦୨୬ ମଧ୍ୟରେ ପ୍ରାୟ ୭ ଲକ୍ଷ କୃଷକ ପଞ୍ଜୀକରଣ ହୋଇଥିବା ବେଳେ ମଇ ମାସରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୨୯ ହଜାର ୭୦୦ କୃଷକ ପଂଜୀକରଣ ହୋଇଛନ୍ତି । ବୈଠକରେ ଗତ ୧୧ ଡିସେମ୍ବର ୨୦୨୫ ରେ ହୋଇଥିବା ସର୍ବେକ୍ଷଣ ସଂପର୍କିତ ପର୍ଯ୍ୟବେକ୍ଷଣ, ନିଷ୍ପତ୍ତି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ଏଗ୍ରିଷ୍ଟାକ୍ ଅଧିନରେ ଏକ ଏଗ୍ରିଷ୍ଟାକ କମିଶନରେଟ୍ ଗଠନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ରାଜ୍ୟସ୍ତରୀୟ କମିଶନରେଟ୍ ରେ ଜଣେ ନିର୍ଦ୍ଦେଶକସ୍ତରୀୟ ଅଧିକାରୀ କମିଶନର ରହିବା ନେଇ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ରାଜସ୍ୱ ବିଭାଗ, କୃଷି ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ପରାମର୍ଶଦାତାମାନେ କାର୍ଯ୍ୟ କରିବେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧିନରେ କମିଟି, ତହସିଲଦାରଙ୍କ ଅଧିନରେ ବ୍ଲକସ୍ତରୀୟ କମିଟି ଓ ରାଜ୍ୟସ୍ତରରେ ମଧ୍ୟ ଏକ ବୈଷୟିକ-କାର୍ଯ୍ୟକ୍ଷମ କାର୍ଯ୍ୟାନ୍ୱୟନ ଟିମ୍(ପିଏମ୍ୟୁ) କାର୍ଯ୍ୟ କରିବ ।
ପ୍ରକୃତ ଚାଷୀ, ଭାଗଚାଷୀ ଓ ଅନ୍ୟାନ୍ୟ ଚାଷ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କର ପଞ୍ଜିକରଣକୁ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ମାନକ କାର୍ଯ୍ୟପ୍ରଣାଳୀ ( ଏସଓପି ) ପ୍ରଣୟନ କରାଯିବ, ଯଦ୍ୱାରା ସମସ୍ତ ଯୋଗ୍ୟ ଚାଷୀ ସରକାରୀ କୃଷି ଯୋଜନା ଓ ସୁବିଧାର ଲାଭ ସୁନିଶ୍ଚିତ ଭାବେ ପାଇପାରିବେ । ଫଳରେ ଅନୁମୋଦନ ଅପେକ୍ଷାରେ ଥିବା ଆବେଦନର ଫଇସଲା କରାଯାଇ ପଂଜୀକରଣ ଚୂଡ଼ାନ୍ତ ହୋଇପାରିବ । ରାଜସ୍ୱ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆଦିକୁ ନେଇ ଗଠିତ କମିଟି ଏସ୍ଓପି ପ୍ରସ୍ତୁତ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏଗ୍ରିଷ୍ଟାକ୍ ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା, କୃଷକଙ୍କ ତଥ୍ୟର ଗୁଣବତ୍ତା ଓ ପ୍ରାମାଣିକତା ସୁନିଶ୍ଚିତ କରିବା ସହ ନିୟମିତ ପ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୃଷି କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ମାଧ୍ୟମରେ କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଫଳପ୍ରଦ କରିବା ଦିଗରେ ଏଗ୍ରିଷ୍ଟାକ୍ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
ରାଜ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ( ଡିସିଏସ)ର ରବି-ଋତୁ ୨୦୨୫ କାର୍ଯ୍ୟାନ୍ୱୟନ ଏବଂ ଖରିଫ-୨୦୨୬ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ରବି ଋତୁ ଅବଧିରେ ସମୁଦାୟ ୫୩,୭୮,୬୨୫ ହେକ୍ଟର ଜମି ସର୍ଭେ କରାଯାଇଥିବା ବେଳେ ୧୯,୯୧,୧୧୦ ହେକ୍ଟର ଅଞ୍ଚଳରେ ଫସଲ ଚିହ୍ନଟ କରାଯାଇଥିଲା, ଯାହା ମୋଟ ସର୍ଭେକୃତ ଅଞ୍ଚଳର ପ୍ରାୟ ୩୭ ପ୍ରତିଶତ । ଖରିଫ-୨୦୨୬ ପାଇଁ ପ୍ରସ୍ତୁତ କାର୍ଯ୍ୟଯୋଜନା ଅନୁଯାୟୀ ଡିଜିଟାଲ ଫସଲ ସର୍ବେକ୍ଷଣ ୧୬ ଅଗଷ୍ଟ ୨୦୨୬ ଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସମ୍ପୃକ୍ତ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ ୫ ଅଗଷ୍ଟରୁ ୧୭ ଅଗଷ୍ଟ ମଧ୍ୟରେ ସମ୍ପନ୍ନ କରାଯିବ । ସର୍ଭେ କାର୍ଯ୍ୟ ପ୍ରାୟ ୪୫ ଦିନରୁ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ । ସଠିକ୍ ଫସଲ ଚିହ୍ନଟ ପାଇଁ ବୁଣା ହେବାର ପ୍ରାୟ ଏକ ମାସ ପରେ ଏବଂ ଅମଳ ପୂର୍ବରୁ ଅତି କମରେ ୧୫ ଦିନ ମଧ୍ୟରେ ସର୍ଭେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି ।
ବୈଠକରେ ସର୍ବେକ୍ଷଣ ସମୟରେ ଜିପିଏସ୍ ର ସଠିକତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି । ସର୍ଭେକାରୀମାନେ ପ୍ଲଟ୍ ସୀମାଠାରୁ ୧୦ ମିଟର ମଧ୍ୟରେ ରହି ତଥ୍ୟ ସଂଗ୍ରହ କରିବେ । ରବି ଫସଲ ପାଇଁ ଏହି ସୀମା ୨୦ ମିଟର ମଧ୍ୟରେ ରହିଥିଲା । ଡିସିଏସ୍ ମୋବାଇଲ ଆପ୍ଲିକେସନରେ ଥିବା କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଆଧାରିତ ବ୍ୟବସ୍ଥାକୁ ଅଧିକ ସକ୍ଷମ କରି ଧାନ ଓ ଅଣ-ଧାନ ଫସଲର ରିଅଲ୍-ଟାଇମ୍ ଚିହ୍ନଟ ଏବଂ ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଡିଜିଟାଲ କ୍ରପ୍ ସର୍ଭେର ନିୟମିତ ତଦାରଖ ଏବଂ ମନିଟରିଂ ପାଇଁ ପ୍ରତ୍ୟେକ ବ୍ଲକ୍ରେ ବ୍ଲକସ୍ତରୀୟ କମିଟିର ସାପ୍ତାହିକ ବୈଠକ, ଜିଲ୍ଲାମାନଙ୍କରେ ୧୫ ଦିନିଆ ଜିଲ୍ଲାସ୍ତରୀୟ କମିଟି ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଡିଜିଟାଲ ଫସଲ ସର୍ବେକ୍ଷଣରୁ ମିଳୁଥିବା ପ୍ରାମାଣିକ ତଥ୍ୟ ଫସଲ ବୀମା, କୃଷି ଯୋଜନା, ଉତ୍ପାଦନ ଆକଳନ ଏବଂ ନୀତି ନିର୍ଦ୍ଧାରଣରେ ଏକ ନିର୍ଭରଯୋଗ୍ୟ ଆଧାର ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିବା ସହ ସର୍ବେକ୍ଷଣ କାର୍ଯ୍ୟକୁ ସମୟସୀମା ମଧ୍ୟରେ, ସ୍ୱଚ୍ଛ ଏବଂ ଗୁଣାତ୍ମକ ମାନ ସହ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର, ତା. ୬.୮.୨୦୨୬ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍-ଓଡ଼ିଶାର ୮ମ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଏସ୍ଏଲ୍ଏସ୍ସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅଗଷ୍ଟ ୪ ତାରିଖ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଙ୍କ ସମେତ ଅର୍ଥ ବିଭାଗ, ପୂର୍ତ୍ତ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଡଃ. ପ୍ରମୋଦ କୁମାର ମେହେର୍ଦ୍ଦା, ଏଗ୍ରିଷ୍ଟାକ୍ ଷ୍ଟାକ ମିଶନର ମୁଖ୍ୟ ଜ୍ଞାନ ଅଧିକାରୀ ଶ୍ରୀ ରାଜୀବ ଚାଓ୍ୱଲା ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନା କରିଥିଲେ । ଏଗ୍ରିଷ୍ଟାକ୍ ହେଉଛି କୃଷି କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତ ସରକାର, ରାଜ୍ୟ ସରକାରମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି । ଏହା ମାଧ୍ୟମରେ କୃଷକମାନଙ୍କୁ ପଞ୍ଜୀକରଣ କରାଯାଇ ଏକକ ଡିଜିଟାଲ ପରିଚୟ ( ଫାର୍ମର ଆଇଡି ) ଆଧାରରେ ବିଭିନ୍ନ ସରକାରୀ ଯୋଜନା, କୃଷି ପରାମର୍ଶ, ଫସଲ ବୀମା, ଆନୁଷ୍ଠାନିକ ଋଣ, ଇନପୁଟ୍ ସହାୟତା ଓ ଅନ୍ୟାନ୍ୟ ସେବା ସହଜରେ ସମନ୍ୱିତ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ୱାରା ଯୋଜନାର ସ୍ୱଚ୍ଛତା, ଲକ୍ଷ୍ୟଭିତ୍ତିକ ସେବା ପ୍ରଦାନ ଏବଂ ସେବା ବିତରଣ ଶୀଘ୍ର ଓ ସହଜ ହେବ । ବୈଠକରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ରାଜ୍ୟରେ ଏଗ୍ରିଷ୍ଟାକ୍ ଅଧିନରେ କୃଷକ ପଞ୍ଜୀକରଣ ଏବଂ ଡିଜିଟାଲ ଫସଲ ସର୍ବେକ୍ଷଣ ସ୍ଥିତି ଉପସ୍ଥାପନ କରିଥିଲେ । ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୪୪ ଲକ୍ଷ ୩୮ ହଜାର ୫୫୯ କୃଷକଙ୍କ ପଞ୍ଜୀକରଣ ଲକ୍ଷ୍ୟ ରହିଥିବା ବେଳେ ଅଦ୍ୟାବଧି ୨୦ ଲକ୍ଷ ୭୫ ହଜାର ୬୮୩ ପଂଜୀକୃତ ହୋଇଛନ୍ତି ଓ ଏହି ପ୍ରକ୍ରିୟା ଜାରି ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୭୫.୭୮% କୃଷକ ପଂଜୀକରଣ ହୋଇଛନ୍ତି । ବିଭିନ୍ନ ଜିଲ୍ଲାର ମାସଓ୍ୱାରୀ କୃଷକ ପଞ୍ଜୀକରଣ ସ୍ଥିତି ସମୀକ୍ଷା କରାଯାଇଥିଲା । ଗତ ଜାନୁଆରୀରୁ ଜୁଲାଇ ୨୦୨୬ ମଧ୍ୟରେ ପ୍ରାୟ ୭ ଲକ୍ଷ କୃଷକ ପଞ୍ଜୀକରଣ ହୋଇଥିବା ବେଳେ ମଇ ମାସରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୨୯ ହଜାର ୭୦୦ କୃଷକ ପଂଜୀକରଣ ହୋଇଛନ୍ତି । ବୈଠକରେ ଗତ ୧୧ ଡିସେମ୍ବର ୨୦୨୫ ରେ ହୋଇଥିବା ସର୍ବେକ୍ଷଣ ସଂପର୍କିତ ପର୍ଯ୍ୟବେକ୍ଷଣ, ନିଷ୍ପତ୍ତି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଏଗ୍ରିଷ୍ଟାକ୍ ଅଧିନରେ ଏକ ଏଗ୍ରିଷ୍ଟାକ କମିଶନରେଟ୍ ଗଠନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ରାଜ୍ୟସ୍ତରୀୟ କମିଶନରେଟ୍ ରେ ଜଣେ ନିର୍ଦ୍ଦେଶକସ୍ତରୀୟ ଅଧିକାରୀ କମିଶନର ରହିବା ନେଇ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ରାଜସ୍ୱ ବିଭାଗ, କୃଷି ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ପରାମର୍ଶଦାତାମାନେ କାର୍ଯ୍ୟ କରିବେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧିନରେ କମିଟି, ତହସିଲଦାରଙ୍କ ଅଧିନରେ ବ୍ଲକସ୍ତରୀୟ କମିଟି ଓ ରାଜ୍ୟସ୍ତରରେ ମଧ୍ୟ ଏକ ବୈଷୟିକ-କାର୍ଯ୍ୟକ୍ଷମ କାର୍ଯ୍ୟାନ୍ୱୟନ ଟିମ୍(ପିଏମ୍ୟୁ) କାର୍ଯ୍ୟ କରିବ । ପ୍ରକୃତ ଚାଷୀ, ଭାଗଚାଷୀ ଓ ଅନ୍ୟାନ୍ୟ ଚାଷ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କର ପଞ୍ଜିକରଣକୁ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ମାନକ କାର୍ଯ୍ୟପ୍ରଣାଳୀ ( ଏସଓପି ) ପ୍ରଣୟନ କରାଯିବ, ଯଦ୍ୱାରା ସମସ୍ତ ଯୋଗ୍ୟ ଚାଷୀ ସରକାରୀ କୃଷି ଯୋଜନା ଓ ସୁବିଧାର ଲାଭ ସୁନିଶ୍ଚିତ ଭାବେ ପାଇପାରିବେ । ଫଳରେ ଅନୁମୋଦନ ଅପେକ୍ଷାରେ ଥିବା ଆବେଦନର ଫଇସଲା କରାଯାଇ ପଂଜୀକରଣ ଚୂଡ଼ାନ୍ତ ହୋଇପାରିବ । ରାଜସ୍ୱ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆଦିକୁ ନେଇ ଗଠିତ କମିଟି ଏସ୍ଓପି ପ୍ରସ୍ତୁତ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏଗ୍ରିଷ୍ଟାକ୍ ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା, କୃଷକଙ୍କ ତଥ୍ୟର ଗୁଣବତ୍ତା ଓ ପ୍ରାମାଣିକତା ସୁନିଶ୍ଚିତ କରିବା ସହ ନିୟମିତ ପ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୃଷି କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ମାଧ୍ୟମରେ କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଫଳପ୍ରଦ କରିବା ଦିଗରେ ଏଗ୍ରିଷ୍ଟାକ୍ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ରାଜ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ( ଡିସିଏସ)ର ରବି-ଋତୁ ୨୦୨୫ କାର୍ଯ୍ୟାନ୍ୱୟନ ଏବଂ ଖରିଫ-୨୦୨୬ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ରବି ଋତୁ ଅବଧିରେ ସମୁଦାୟ ୫୩,୭୮,୬୨୫ ହେକ୍ଟର ଜମି ସର୍ଭେ କରାଯାଇଥିବା ବେଳେ ୧୯,୯୧,୧୧୦ ହେକ୍ଟର ଅଞ୍ଚଳରେ ଫସଲ ଚିହ୍ନଟ କରାଯାଇଥିଲା, ଯାହା ମୋଟ ସର୍ଭେକୃତ ଅଞ୍ଚଳର ପ୍ରାୟ ୩୭ ପ୍ରତିଶତ । ଖରିଫ-୨୦୨୬ ପାଇଁ ପ୍ରସ୍ତୁତ କାର୍ଯ୍ୟଯୋଜନା ଅନୁଯାୟୀ ଡିଜିଟାଲ ଫସଲ ସର୍ବେକ୍ଷଣ ୧୬ ଅଗଷ୍ଟ ୨୦୨୬ ଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସମ୍ପୃକ୍ତ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ ୫ ଅଗଷ୍ଟରୁ ୧୭ ଅଗଷ୍ଟ ମଧ୍ୟରେ ସମ୍ପନ୍ନ କରାଯିବ । ସର୍ଭେ କାର୍ଯ୍ୟ ପ୍ରାୟ ୪୫ ଦିନରୁ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ । ସଠିକ୍ ଫସଲ ଚିହ୍ନଟ ପାଇଁ ବୁଣା ହେବାର ପ୍ରାୟ ଏକ ମାସ ପରେ ଏବଂ ଅମଳ ପୂର୍ବରୁ ଅତି କମରେ ୧୫ ଦିନ ମଧ୍ୟରେ ସର୍ଭେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ବୈଠକରେ ସର୍ବେକ୍ଷଣ ସମୟରେ ଜିପିଏସ୍ ର ସଠିକତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି । ସର୍ଭେକାରୀମାନେ ପ୍ଲଟ୍ ସୀମାଠାରୁ ୧୦ ମିଟର ମଧ୍ୟରେ ରହି ତଥ୍ୟ ସଂଗ୍ରହ କରିବେ । ରବି ଫସଲ ପାଇଁ ଏହି ସୀମା ୨୦ ମିଟର ମଧ୍ୟରେ ରହିଥିଲା । ଡିସିଏସ୍ ମୋବାଇଲ ଆପ୍ଲିକେସନରେ ଥିବା କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଆଧାରିତ ବ୍ୟବସ୍ଥାକୁ ଅଧିକ ସକ୍ଷମ କରି ଧାନ ଓ ଅଣ-ଧାନ ଫସଲର ରିଅଲ୍-ଟାଇମ୍ ଚିହ୍ନଟ ଏବଂ ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଡିଜିଟାଲ କ୍ରପ୍ ସର୍ଭେର ନିୟମିତ ତଦାରଖ ଏବଂ ମନିଟରିଂ ପାଇଁ ପ୍ରତ୍ୟେକ ବ୍ଲକ୍ରେ ବ୍ଲକସ୍ତରୀୟ କମିଟିର ସାପ୍ତାହିକ ବୈଠକ, ଜିଲ୍ଲାମାନଙ୍କରେ ୧୫ ଦିନିଆ ଜିଲ୍ଲାସ୍ତରୀୟ କମିଟି ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଡିଜିଟାଲ ଫସଲ ସର୍ବେକ୍ଷଣରୁ ମିଳୁଥିବା ପ୍ରାମାଣିକ ତଥ୍ୟ ଫସଲ ବୀମା, କୃଷି ଯୋଜନା, ଉତ୍ପାଦନ ଆକଳନ ଏବଂ ନୀତି ନିର୍ଦ୍ଧାରଣରେ ଏକ ନିର୍ଭରଯୋଗ୍ୟ ଆଧାର ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିବା ସହ ସର୍ବେକ୍ଷଣ କାର୍ଯ୍ୟକୁ ସମୟସୀମା ମଧ୍ୟରେ, ସ୍ୱଚ୍ଛ ଏବଂ ଗୁଣାତ୍ମକ ମାନ ସହ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
