ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି!

ବିକ୍ରି ହେବ ଭୁବନେଶ୍ୱର ବିମାନବନ୍ଦର

ଅହମ୍ମଦବାଦ, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୌହାଟୀ ଓ ତିରୁଅନନ୍ତପୁରମ୍ – ଏହି ୬ଟି ବିମାନବନ୍ଦରର ଘରୋଇକରଣ ସରିଛି। ଆଦାନୀ ଗ୍ରୁପ୍ ୬ଟି ଯାକ ବିମାନବନ୍ଦର ପରିଚାଳନା କରୁଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, ଇନ୍ଦୋର, ବାରାଣସୀ, ଅମୃତସର, ରାୟପୁର ଓ ତିରୁଚିରାପାଲୀ ସହରରେ ଥିବା ବିମାନବନ୍ଦର ଘରୋଇ କରଣ ମୁହାଁ। କୁହାଯାଉଛି ଯେ, ନିର୍ବାଚନ ପୂର୍ବରୁ ମୋଦି ସରକାର ଏନେଇ ନିଷ୍ପତ୍ତି ନେଇଥିଲେ। ଖୁବ୍‌ଶୀଘ୍ର ସେହି ନିଷ୍ପତ୍ତିରେ କେନ୍ଦ୍ର କ୍ୟାବିନେଟ ମୋହର ବାଜିବ।

ଏହି ଖବର ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କାରଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇକରଣ ହେବାକୁ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଦେଶର ଶ୍ରେଷ୍ଠ ୨୦ ଲାଭଦାୟକ ବିମାନବନ୍ଦର ମଧ୍ୟରେ ଅନ୍ୟତମ। ଘରୋଇକରଣ ପରେ ବିମାନ ଭଡ଼ା ବଢ଼ିବା ସ୍ୱାଭାବିକ। ଲାଭରେ ଚାଲୁଥିବା ଏକ ବିମାନବନ୍ଦରର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଟେକି ଦିଆଯିବା କେତେଦୂର ଯୁକ୍ତିସଂଗତ ତଥା ଏହାଦ୍ୱାରା ରାଜ୍ୟର କି ସ୍ୱାର୍ଥ ସାଧିତ ହେବ, ତାହା ବାସ୍ତବିକ ଚିନ୍ତାର ବିଷୟ।

ଓଡିଶାର ଜନସାଧାରଣ ନୂଆ ସରକାରଙ୍କ ଉପରେ ଖୁବ୍ ଆସ୍ଥା ପ୍ରକଟ କରିବା ପରେ, ଏକ ଲାଭଦାୟକ ଏୟାରପୋର୍ଟକୁ ପିପିପି ମୋଡ୍‌ରେ ଚଳାଇବା ଅର୍ଥାତ୍ ପରୋକ୍ଷରେ ଏହାକୁ ଘରୋଇ କମ୍ପାନୀକୁ ବିକିଦେବା ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି ବୋଲି ବୁଝିବାକୁ ହେବ ।

ସଞ୍ଜୟ କୁମାର ଦାସବର୍ମା
ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ମୁଖପାତ୍ର

ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି!ବିକ୍ରି ହେବ ଭୁବନେଶ୍ୱର ବିମାନବନ୍ଦରଅହମ୍ମଦବାଦ, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୌହାଟୀ ଓ ତିରୁଅନନ୍ତପୁରମ୍ – ଏହି ୬ଟି ବିମାନବନ୍ଦରର ଘରୋଇକରଣ ସରିଛି। ଆଦାନୀ ଗ୍ରୁପ୍ ୬ଟି ଯାକ ବିମାନବନ୍ଦର ପରିଚାଳନା କରୁଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, ଇନ୍ଦୋର, ବାରାଣସୀ, ଅମୃତସର, ରାୟପୁର ଓ ତିରୁଚିରାପାଲୀ ସହରରେ ଥିବା ବିମାନବନ୍ଦର ଘରୋଇ କରଣ ମୁହାଁ। କୁହାଯାଉଛି ଯେ, ନିର୍ବାଚନ ପୂର୍ବରୁ ମୋଦି ସରକାର ଏନେଇ ନିଷ୍ପତ୍ତି ନେଇଥିଲେ। ଖୁବ୍‌ଶୀଘ୍ର ସେହି ନିଷ୍ପତ୍ତିରେ କେନ୍ଦ୍ର କ୍ୟାବିନେଟ ମୋହର ବାଜିବ।ଏହି ଖବର ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କାରଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇକରଣ ହେବାକୁ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଦେଶର ଶ୍ରେଷ୍ଠ ୨୦ ଲାଭଦାୟକ ବିମାନବନ୍ଦର ମଧ୍ୟରେ ଅନ୍ୟତମ। ଘରୋଇକରଣ ପରେ ବିମାନ ଭଡ଼ା ବଢ଼ିବା ସ୍ୱାଭାବିକ। ଲାଭରେ ଚାଲୁଥିବା ଏକ ବିମାନବନ୍ଦରର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଟେକି ଦିଆଯିବା କେତେଦୂର ଯୁକ୍ତିସଂଗତ ତଥା ଏହାଦ୍ୱାରା ରାଜ୍ୟର କି ସ୍ୱାର୍ଥ ସାଧିତ ହେବ, ତାହା ବାସ୍ତବିକ ଚିନ୍ତାର ବିଷୟ। ଓଡିଶାର ଜନସାଧାରଣ ନୂଆ ସରକାରଙ୍କ ଉପରେ ଖୁବ୍ ଆସ୍ଥା ପ୍ରକଟ କରିବା ପରେ, ଏକ ଲାଭଦାୟକ ଏୟାରପୋର୍ଟକୁ ପିପିପି ମୋଡ୍‌ରେ ଚଳାଇବା ଅର୍ଥାତ୍ ପରୋକ୍ଷରେ ଏହାକୁ ଘରୋଇ କମ୍ପାନୀକୁ ବିକିଦେବା ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି ବୋଲି ବୁଝିବାକୁ ହେବ ।

ସଞ୍ଜୟ କୁମାର ଦାସବର୍ମା

ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ମୁଖପାତ୍ର

Leave a Reply

Your email address will not be published. Required fields are marked *