ଫେବୃଆରୀ ୧୨ ସର୍ବ ଭାରତୀୟ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଏଆଇଟିୟୁସି ର କନଭେସନ।
ବ୍ରହ୍ମପୁର ୦୮/୦୨/୨୦୨୬କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ୪ ଟି ଶ୍ରମ କୋର୍ଡ ବାତିଲ ସହିତ ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ଅନ୍ୟାନ୍ୟ ସ୍ବାଧିନ ଶ୍ରମିକ ସଂଗଠନ ମାନଙ୍କ ଆହ୍ବାନ କ୍ରମେ ଚଳିତ ମାସ ୧୨ ତାରିଖ ଦିନ ହେବାକୁ ଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଆଜି ଅଖିଳ ଭାରତ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି) ର ଗଞ୍ଜାମ ଜିଲ୍ଲା ସ୍ତରୀୟ କନଭେସନ ଅନୁଷ୍ଠିତ ହୋଇଥିଲା। ଗିରି ମାର୍କେଟ ସ୍ଥିତ ପ୍ରକାଶମ୍ ହଲ୍ ରେ ଆୟୋଜିତ କନଭେନସନ୍ ରେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଅଧ୍ୟକ୍ଷତା କରିଥିଲେ। ଏଆଇଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ସାଥି ବିଜୟ ଜେନା ଏଥିରେ ଯୋଗ ଦେଇ ଶ୍ରମିକ ସଂଗଠନ ମାନେ ଶହ ଶହ ବର୍ଷ ଧରି ଆନ୍ଦୋଳନ କରି ହାସଲ କରିଥିବା ଅଧିକାର କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କ ମୁନାଫା ପାଇଁ ୪ ଟି ଶ୍ରମ କୋର୍ଡ ପ୍ରଚଳନ କରି ଶ୍ରମିକ ମାନଙ୍କ ମୌଳିକ ଅଧିକାର କୁ ଛଡ଼ାଇ ନେଇଛନ୍ତି।

ଏଣୁ ଏହାକୁ ବାତିଲ କରିବା ସହିତ କାମ କରିବା ଅଧିକାର କୁ ମୌଳିକ ଅଧିକାର କରିବା , ଏମଜିଏନ୍ଆରଜି ର ପୁନଃ ପ୍ରଚଳନ , ସର୍ବନିମ୍ନ ମାସିକ ଦରମା ୨୬ ହଜାର କରିବା , ପୁରୁଣା ପେନସନ ଲାଗୁ କରିବା , ବୀମା କ୍ଷେତ୍ରରେ ୧୦୦% ବିଦେଶୀ ପୁଞ୍ଜିନିବେଶ ବନ୍ଦ କରିବା ପ୍ରଭୃତି ଦାବି ରେ ଆସନ୍ତା ୧୨ ତାରିଖ ଦିନ ସମଗ୍ର ଗଞ୍ଜାମ ଜିଲ୍ଲାରେ ସାଧାରଣ ଧର୍ମଘଟ କୁ ସଫଳ କରିବା ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଆଇଟିୟୁସି ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୀଣ ଦାସ , ବ୍ୟାଙ୍କ କର୍ମଚାରୀ ନେତା ଏ ସୁଧିର , ଅଙ୍ଗନବାଡି ନେତ୍ରୀ ମମତା ଖୁଣ୍ଟିଆ, ନିର୍ମାଣ ଶ୍ରମିକ ନେତା ଦଣ୍ଡପାଣି ସାମଲ , ପାଚିକା ସଂଘ ନେତା ରାଜେନ୍ଦ୍ର ଦାସ ଓ ସୁବାସିନୀ ବେହେରା , ବୈଦ୍ୟୁତିକ ବୈଷୟିକ କର୍ମଚାରୀ ନେତା ବିଭୂତି ମହାନ୍ତି , ଆସିକା ଚିନି କଳ ଶ୍ରମିକ ନେତା ପ୍ରଦୀପ ସେଠୀ , ଆଶା କର୍ମୀ ନେତ୍ରୀ ସୁବାସିନୀ ବେହେରା ଏବଂ ଅଖିଳ ଭାରତ ଯୁବକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ କାମଦେବ ନାହାକ ଓ ଜିଲ୍ଲା ସଭାପତି ସୁଶାନ୍ତ ସ୍ବାଇଁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଧର୍ମଘଟ କୁ ସମର୍ଥନ କରିବା ସହିତ ଜିଲ୍ଲା ରେ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ। ସର୍ବ ସାଥି ରୋହିତ ବିଷୋୟୀ , ପ୍ରଫୁଲ୍ଲ କୁମାର ଜେନା , କାମେଶ୍ୱର ନାହାକ , ମାଗୁଣୀ ବିଷୋୟୀ, ଦୈତାରି ରେଡ୍ଡୀ ପ୍ରଭୃତି କନଭେସନ ଆୟୋଜନ ଓ ପରିଚାଳନା ସହଯୋଗ କରିଥିଲେ। କନଭେସନ ଆରମ୍ଭ ଜିଲ୍ଲା ସମ୍ପାଦକ ଅଳକ ମିଶ୍ର ବିବରଣୀ ଉପସ୍ଥାପନ କରିଥିଲେ।
