ହରିନାମ ସଙ୍କୀର୍ତ୍ତନ ଓ ଭାଗବତ ପାଠରେ କମ୍ପିଲା ଆଖୁରିଆ

କାକଟପୁର – କାକଟପୁର ବ୍ଲକ ଅନ୍ତର୍ଗତ ସୁହାଣପୁର ପଞ୍ଚାୟତ ଆଖୁରିଆ ଗ୍ରାମରେ ଅଷ୍ଟପ୍ରହରୀ ମହୋତ୍ସବ ଅବସରରେ ହରିନାମ ସଙ୍କୀର୍ତ୍ତନ ଓ ଭାଗବତ ପାଠରେ କମ୍ପିଲା ସାରା ପରିବେଶ। ଆଖୁରିଆ ଗ୍ରାମବାସୀଙ୍କ ଦ୍ଵାରା ଦୀର୍ଘ ୨୮ ବର୍ଷ ହେଲା ହରି ନାମ ସଂକୀର୍ତ୍ତନ ଆୟୋଜନ ହେଉଛି। ନାମ ସଂକୀର୍ତ୍ତନ ସହ ଭାଗବତ ପାଠ ଓ ଟୁଙ୍ଗି ପ୍ରଚାର ପ୍ରସାର ସହ ଓଡ଼ିଆ ଅସ୍ମିତା ଓ ଐତିହ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ହରିନାମ ସଙ୍କୀର୍ତ୍ତନ ଅଷ୍ଟପ୍ରହରୀ ମହୋତ୍ସବ ଓ ଭାଗବତ ପାଠ ତଥା ହରିହାଟ ଆୟୋଜନ କରାଯାଉଛି ବୋଲି ଗ୍ରାମବାସୀ ମାନେ ମତପୋଷଣ କରିଛନ୍ତି।

ଏହି ଉତ୍ସବରେ ଆଖପାଖ ଅଞ୍ଚଳର ୧୦ ରୁ ଅଧିକ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ରସାମ୍ବୃତ ପାନ କରିଥିଲେ। ଉତ୍ସବରେ ବିଭିନ୍ନ ଋଷିଙ୍କ ନାମରେ ୬୪ ଟି କୁଟୀର କରାଯାଇ ଏକାଧାରାରେ ୬୪ ଜଣ ମହନ୍ତ ଭାଗବତ ପାଠ କରିଥିଲେ। ଯାହା ହରିହାଟ ନାମରେ ଅଭିହିତ। ଭାଗବତ ପାଠ ସହ ନାମ ସଂକୀର୍ତ୍ତନ ଓ ଭାବ ବିହ୍ବଳ ହୋଈ ନୃତ୍ୟ କରିଥିଲେ ଗ୍ରାମବାସୀ । ଏହି କାର୍ଯ୍ୟକ୍ରମରେ ନିକଟ ଅଞ୍ଚଳର ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ। ଉତ୍ସବକୁ ଗ୍ରାମର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *