ଅଳକା ମହାବିଦ୍ୟାଳୟ.ଅନନ୍ତବଟ ଛାତ୍ର ସଂସଦ ନିର୍ବାଚନ ଏବିଭିପି ପ୍ରାର୍ଥୀ ଙ୍କ ବିପୁଳ ବିଜୟ

ବିରିଡି,୧୫ / ୧୦ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଳକା କଲେଜର ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି l ଏଥିରେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ନେତା ରାଜକିଶୋର ବେହେରା,ଯୁବସଂଗଠକ ଦେବୀପ୍ରସାଦ ତ୍ରିପାଠୀ ନେତୃତ୍ୱରେ ଏବଂ ନେତ୍ରାନନ୍ଦ ପାତ୍ର,ନୃସିଂହ କୁମାର ଦାସ,ଚନ୍ଦ୍ରଶେଖର ଦାଶ,ଅଶୋକ ପଣ୍ଡା,ତରୁଣ କୁମାର ଦାସ,ସୁବୋଧ ବାରିକ,ଦୀପ୍ତିମାନ ପରିଜା,ଶୁଭ୍ରଯୋତି ସାହୁ,ପ୍ରକାଶ ଦାସ,ପ୍ରଭାତ ବେହେରା,ଅଶୋକ ସ୍ୱାଇଁ,ଦୀପ୍ତିମାନ ମହାନ୍ତି,ଅଶୋକ ସାହୁ,ଶିଶିର ସାହୁ,ପରୱେଜ ଅହେମଦ,ଦେବାଶିଷ ମହାନ୍ତି, ସୁନୀଲ ଦାସ,ସାଗର ସାହୁ,ଚିତ୍ତରଞ୍ଜନ ନନ୍ଦୀ,ପ୍ରଦୀପ୍ତ ମହାପାତ୍ର,ଙ୍କ ପୂର୍ଣ୍ଣ ସହଯୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ଯାହା ବିଜେପି ସମର୍ଥିତ ପ୍ରାଥୀମାନେ ବିପୁଳ ବିଜୟଲାଭ କରିଥିବା ଜଣା ପଡିଛି l : ଅଳକା ମହାବିଦ୍ୟାଳୟରେ ୧୯ଜଣ ପ୍ରାର୍ଥ ପ୍ରତିଦ୍ବନ୍ଦିତା କରିଥିଲେ l ଏବିଭିପି ସମର୍ଥିତ ସଭାପତି ପଦ ପାଇଁ ଲଢ଼ୁଥିବା ସୌମ୍ୟଜିତ ନାୟକ ନିକଟତମ ପ୍ରତିଦ୍ବନ୍ଦୀ ମାନୁନି ବାରିକଙ୍କୁ ହରାଇ ବାଜିମାତ କରିଥିବାବେଳେ , ସାଧାରଣ ସମ୍ପାଦକ ଭାବେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଯାସ୍ମିନ ସାହୁ ବାଜିମାତ କରିଛନ୍ତି , ସେହିପରି ଏବିଭିପି ସମର୍ଥିତ ଉପସଭାପତି ଦିବ୍ୟକାନ୍ତ ମିଶ୍ର, ସହ ସାଧାରଣ ସମ୍ପାଦକ ମୋନିକା ମହାପାତ୍ର, ନାଟ୍ୟ ସଂସଦ ସମ୍ପାଦକ ପ୍ରୟା’ଶି ପ୍ରିୟଦର୍ଶିନୀ ଗୁରୁ , ନାଟ୍ୟ ସଂସଦ ସ‌ହ ସମ୍ପାଦକ ସନ୍ତୋଷ କୁମାର ଭୋଇ, କ୍ରୀଡା ସଂସଦ ସମ୍ପାଦକ ଆକାଂକ୍ଷା ସ୍ବାଇଁ, କ୍ରୀଡା ସଂସଦ ସ‌ହ ସମ୍ପାଦକ ବିଶ୍ବଜିତ ସାମଲ ଓ ସମ୍ପାଦକ ଡ଼ିଏସଏ ଆରହନ ଖାଁ ପ୍ରମୁଖ ବାଜିମାତ କରିଛନ୍ତି l ଆଜି ନିର୍ବାଚନ ଫଳାଫକ ଘୋଷଣା ହେବାପରେ ଏବିଭିପି ବିଜେପି ସମର୍ଥିତ ପ୍ରାର୍ଥୀମାନେ ଡିଜେ ବଜାଇ ବାଣ ଫୁଟାଇ ଉତ୍ସବ ବନାଇବାସହ କଲେଜ ନିକଟରୁ ବାହାରି ବସନ୍ତପୁର,ଅଣଖିଆ ବଜାର ଦେଇ ଅଢଙ୍ଗ ଗଡ଼ ଓ ମଜୁରାଇ.ରମ୍ଭା ଦେଇ ପୁର. କବିର ପାଟଣା.ଉଝାଲପୁର. କୂଳମୁଣ୍ଡି ଲ.ମଣ୍ଡାସାହି.ବାଲିଆ. ତଳପାଟିକ.ନ୍ୱଆଢଣା.ବରାହପୁର.ଅଢଙ୍ଗ ଗଡ.ପର୍ଯ୍ୟନ୍ତ ଯାଇଥିଲେ l ବିଜେଡି ସମର୍ଥିତ ବିସିଜେଡି ପ୍ରାର୍ଥୀ ଓ ବିଜେଡି କର୍ମୀ ମାନେ ପହଂଚି ମୁଖ୍ୟ ଫାଟକ ନିକଟରେ ପ୍ରବଳ ହୋହାଲ୍ଲା କରିଥିଲେ l ଏହି ସମୟରେ ବିସିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ବିଭିନ୍ନ ଆପତ୍ତି ଉଠାଇବାସହ କଲେଜ ଭିତରକୁ ଧସେଇ ପଶିବାକୁ ସମସ୍ତେ ଚେଷ୍ଟା କରିବାସମୟରେ ମୁଖ୍ୟ ଫାଟକ ପାଖରେ ମୁତୟନ ଥିବା ପୋଲିସ ଫୋର୍ସ ସହ କିଛିସମୟ ଧସ୍ତା ଧସ୍ତି ହୋଇଥିଲେ l ପୋଲିସ ମଧ୍ୟ ସେମାନଙ୍କୁ ଅଟକାଇବାରେ ସାମର୍ଥ ହୋଇଥିଲେ ପରେ ବିସିଜେଡି ଛାତ୍ର ମାନେ ରି କା ଉଁଟିଙ୍ଗ ଦାବିକରି ଧାରଣାରେ ବସିଥିଲେ l

Leave a Reply

Your email address will not be published. Required fields are marked *