ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି।

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ନାନ ଯାତ୍ରାର ସମସ୍ତ ନୀତିକାନ୍ତି କିପରି ସୁଚାରୁରୂପେ ସମ୍ପର୍ଣ ହେବ ତାହା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ନୀତି ବହୁଳତା ଯୋଗୁଁ ଗତକାଲି ଓ ଆଜି କିଛି ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ସେନାପଟା ଲାଗି ସମେତ ଅନ୍ୟାନ୍ୟ ବିଶେଷ ନୀତି ଥିବାରୁ ସାମୟିକ କଟକଣା ଜାରି କରାଯାଇଛି। ସ୍ନାନ ଯାତ୍ରା ଦିନର କାର୍ଯ୍ୟସୂଚୀ ଅନୁଯାଇ ସୋମବାର ପ୍ରାତଃ ୫ ଟାରୁ ୭ ଟା ମଧ୍ୟରେ ପହଣ୍ଡି । ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହରା ଅପରାହ୍ନ ୩ ଟାରୁ ୩ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଅପରାହ୍ନ ୪ ଟାରୁ ୫ ଟା ମଧ୍ୟରେ ଠାକୁରମାନଙ୍କୁ ହାତୀ ବେଶରେ ସଜ୍ଜିତ କରାଯିବ। ସନ୍ଧ୍ୟା ୭ଟାରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ହାତୀବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ର‌୍ୟାମ୍ପ ନିର୍ମାଣ କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଟିକେଟଧାରୀ ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ।ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳା ରକ୍ଷା କରି ସହଯୋଗ କରିବାକୁ ଅନୁରୋଧ କରାଯାଇଛି। Byte – ଡ଼ଃ ଅରବିନ୍ଦ ପାଢ଼ୀ,ମୁଖ୍ୟ ପ୍ରଶାସକ

Leave a Reply

Your email address will not be published. Required fields are marked *