ଓଡ଼ଗାଁରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ
ଓଡ଼ଗାଁ-ତା ୩୧-୮-୨୫ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ।ସକାଳ ୪ ଟାରୁ ବଜାରରେ ରାମଧୁନ ପରେ ଏନଏସି କାର୍ଯ୍ୟାଳୟ ଠାରେ ଉପଜିଲାପାଳ କର୍ଣଦେଵ ସମାଦ।ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଓଡ଼ଗାଁ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ମାଲ୍ୟାର୍ପଣ କରିଥିଲେ ।ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ଠାରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୂ ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡ଼ଗାଁ ଏନଏସି କୁ ଏକ ନମ୍ବର ଭାବରେ ଗଢି ତୋଳିବାକୁ ସମସ୍ତେ ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ ।ଓଡ଼ଗାଁ ଏନଏସି ରାସ୍ତାଘାଟକୁ ସଫାସୁତୁରା ରଖିବା,ବର୍ଜ୍ୟବସ୍ତୁ କୁ ଗାଡ଼ି ଦ୍ୱାରା ନିର୍ଦିଷ୍ଟ ସ୍ଥାନରେ ଜମା କରିବା,ଡ୍ରେନକୁ ସଫା ରଖିବା ପ୍ରତି ଦୃଷ୍ଟିଦେବା,ରାସ୍ତାରେ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦା ରେ ରଖିବା ପ୍ରଭୁତି ଉପରେ ଗୁରୁତ୍ୱ କୁ ପ୍ରାଧାନ୍ୟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହିତ ଏନଏସି ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ପ୍ରଶଂସା କରିଥିଲେ ।
