ଜଗତସିଂହପୁର ପୌର ପରିଷଦର ସ୍ୱାୟତ ଶାସନ ଦିବସ ପାଳିତ l

ଜଗତସିଂହପୁର – ୩୧. ୮. ୨-ଜଗତସିଂହପୁର ପୌର ପରିଷଦ ତରଫରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଯୁବ ବିଧାୟକଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଯୋଗଦେଇଥିବାବେଳେ, ସନମାନୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ପୌର ପରିଷଦର ନିର୍ବାହୀ ଯନ୍ତ୍ରୀ ସୀମା ଜେନା, ଉପାଦକ୍ଷ ରାଜେନ୍ଦ୍ର ବିଶୋଇ , ପୋଲିସ ଏସ୍ଡ଼ିପିଓ ଶ୍ରୀଯୁକ୍ତ ଆଜିଂକ୍ୟ ମନେ, ଯୋଗଦେଇ ଥିବାବେଳେ ପୌର ପରିଷଦର ଅଧ୍ୟକ୍ଷ୍ୟା ଶ୍ରୀମତୀ ଅର୍ଚନା ସିଂ ଆଜିର ସଭାରେ ସଭାପତିତ୍ୱ କରିଥିଲେ, ଅତିଥି ପରିଚୟ ଓ ସଭାପରିଚାଳନା ପୌର ପରିଷଦର କର୍ମଚାରୀ ସୁଦର୍ଶନ ଦାସ କରିଥିଲେ, ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ,ପରେ ସ୍ୱାଗତ ସଂଗୀତ ଗାନକରିଥିଲେ କ୍ରିଷ୍ଣା ଭଜନ ଗ୍ରୁପ,ମଞ୍ଚାସିନ ସମସ୍ତ ଅତିଥି, ପୌର ପରିଷଦର ସମସ୍ତ ପରିଷଦ କର୍ମଚାରୀ ଯୋଗଦେଇଥିଲେ l ଆଜିର ଉପଚାରିକ ସଭାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଦାସ କହିଥିଲେଜେ ପୌର ପରିଷଦର ସମସ୍ତ ପରିଷଦ. ଅଧିକାରୀ ଦଳୀୟ

ମନବୃତି ଠାରୁ ଦୁରେଇ ରହି ସମସ୍ୟର ସମାଧନ କରିବା ସହିତ, ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କର ସୁବିଧାରୁ ବଞ୍ଚିତ ନକରାଯାଇ କାର୍ଯ୍ୟ କଲେ ପୌର ପରିଷଦ ର ଉର୍ନତି ହେବା ସହିତ ଜନସାଧାରଙ୍କ ଉର୍ନ୍ନତି ହୋଇପାରିବ, ସେଥିପାଇଁ ସେ ସବୁପ୍ରକାର ସହଯୋଗର ହାତ୍ବଢ଼ାଇ ଛନ୍ତି, ଜନତାଙ୍କ କାର୍ଯ୍ୟକୁ, ପୌର ପରିଷଦରେ ବଶକରୁଥିବା ଲୋକମାନଙ୍କର ସମସ୍ୟା ଦୁରକରିବା ଆମ ସମସ୍ତଙ୍କ କାର୍ଯ୍ୟ, ବିଧାୟକ ଶ୍ରୀ ଦାସ ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେଇଥିଲେ l ଆଗାମୀ ଦିନରେ ପୌର ପରିଷଦରେ ମିନି ଷ୍ଟାଡିୟମ ନିର୍ମାଣ ହେବା, ସହରକୁ ସରସ ସୁନ୍ଦର କରିବାରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ସହଯୋଗ ରହିଲେ ସବୁ ହୋଇପାରିବ ବୋଲି ବିଧାୟକ ଆଶାପୋଷଣ କରିଛନ୍ତି, ସମସ୍ତ ପରିଷଦ ଓ କର୍ମଚାରୀ, ବୀଜୟୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଉପଢ଼ ଙ୍କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *