ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ।

ରଘୁନାଥପୁର-ତା-୧-୩— ରଘୁନାଥପୁର ଥାନା ଅଧିନ ପୂରଣ ଆଦିବାସୀ ସାହିରେ ଘଟିଥିବା ଆଦିବାସୀ ଅଷ୍ଟମ ଶ୍ରେଣୀ ଛାତ୍ରୀ ବଳାତ୍କାର ଉଦ୍ୟମ ଘଟଣାର ଦୋଷୀକୁ ୮ଦିନ ପରେ ବି ପୋଲିସ ଗିରଫ କରିନଥିବାରୁ ରବିବାର ଶତାଧିକମହିଳା,ଛାତ୍ରୀ ଏବଂ ପୁରୁଷ ଶୋଭାଯାତ୍ରାରେ ଯାଇ ଥାନାରେ ପହଞ୍ଚି ଥିଲେ।ନାବାଳିକା ଆଦିବାସୀ ଛାତ୍ରୀ ବଳାତ୍କାର ଉଦ୍ୟମକରିଥିବା ବ୍ୟକ୍ତି କୁ ଅବିଳମ୍ବେ ଗିରଫ କରି,ତା ବିରୁଦ୍ଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା, ଆଦିବାସୀମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବା,ମହିଳା, ଛାତ୍ରୀ ଓ ଶିଶୁକନ୍ଯାଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ସମସ୍ତ ପ୍ରକାର ମାଦକ ଦ୍ରବ୍ଯକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ୪ଦଫା ସମ୍ବଳିତ ଦାବିପତ୍ର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠିଙ୍କୁ ପ୍ରଦାନ କରାଯିବାସହ ଥାନାସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏଥରେ ଅଲ୍ ଈଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ଜଗତସିଂହପୁର ଜିଲ୍ଲା ସଂପାଦିକା ପ୍ରମୋଦିନୀ ମିଶ୍ର,ସହସଂପାଦିକା ସ୍ବର୍ଣ୍ଣଲତା କାଣ୍ଡି,ଶ୍ରମିକ ନେତା କମ୍ରେଡ଼ ରାଜକିଶୋର ମଲ୍ଲିକ,ଏସ୍, ୟୁ, ସି, ଆଇ (ସି)ଜଗତସିଂହପୁର ଜିଲ୍ଲା ସଂପାଦକ କମ୍ରେଡ଼ ସୁବାସ ସ୍ବାଇଁ,ସଂଗଠକ କମ୍ରେଡ଼ ପ୍ରଦିପ୍ତ ରାମ ପ୍ରମୂଖ ଥାନା ସମ୍ମୁଖରେ ବକ୍ତବ୍ଯ ରଖିଥିଲେ।ରେଣୁ ମହାରଣା,ସମୀକ୍ଷା କାଣ୍ଡି, ସଜନୀ ସିଂ,ସବିତା ସିଂ,ଲକ୍ଷ୍ମୀ ସିଂ ବସି ସିଂ,ଶ୍ଯାମ ସିଂ,ମଙ୍ଗୁଳି ଦାସ ଏବଂ ଅଭିମନ୍ୟୁ ଭୋଇ ପ୍ରମୂଖ ଆନ୍ଦୋଳନର ନେତ୍ରୁତ୍ବ ନେଇଥିଲେ।

Leave a Reply

Your email address will not be published. Required fields are marked *