ଜଳବାୟୁ ପରିବର୍ତ୍ତନ ନେଇ କର୍ମଶାଳା
କୋଣାର୍କ – କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ୟୁଥ୍ ଫର୍ ୱାଟର ଓ ୱାଟର ଇନିସିଏଟିଭ ଭୁବନେଶ୍ଵର ଆନୁକୁଲ୍ୟରେ ୱେଲକମ୍ ଅନୁଷ୍ଠାନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଥ୍ ଫର୍ ୱାଟର ଓ ୱାଟର ଇନିସିଏଟିଭ ଅଧକ୍ଷ ରଞ୍ଜନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ପରିବେଶପ୍ରେମି ସାହା ଅନସାରୀ, ମହିଳା ସଂଗଠିକା ପୂର୍ବତନ ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ, ସାମାଜିକ କର୍ମୀ ମୁକ୍ତିକେଶ ଭରଦ୍ୱାଜ, ରେଣୁବାଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉପକୂଳରେ ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଉଥାନ, ସୁରକ୍ଷା ଓ ଥଇଥାନ ଆଦି ନେଇ କର୍ମଶାଳା ଆୟୋଜିତ ହୋଇଥିଲା।

କିପରି ଜଳବାୟୁ ପରିବର୍ତ୍ତନ ପରେ ଉପୁଜୁଥିବା ସମସ୍ୟା ଗୁଡ଼ିକୁ ନେଇ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ମାନଙ୍କୁ ସଚେତନ କରିବା ଏନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ୱେଲକମ ଅନୁଷ୍ଠାନ ସମ୍ପାଦକ ପ୍ରଭାତ କୁମାର ଦାଶ, ସହ ସଂପାଦକ ଆଦର୍ଶ ଖୁଣ୍ଟିଆ, କୃଷ୍ଣ ପଣ୍ଡା, ବିଶ୍ୱଜିତ୍ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ଏନସିସି ଛାତ୍ର ଛାତ୍ରୀ, ସାମାଜିକ କର୍ମୀ ଓ ମହିଳା ମାନେ ଜଡ଼ିତ ହୋଇ ନିଜ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିଥିଲେ।
