ରାଜ୍ୟର ସମସ୍ତ ଗରିବଙ୍କୁ ମିଳିବ ଖାଉଟି କାର୍ଡ – ଯୋଗାଣ ମନ୍ତ୍ରୀ

କାକଟପୁର- କାକଟପୁର ବ୍ଳକ ସମ୍ମିଳନୀ କକ୍ଷରେ ବ୍ଲକର ବିଭିନ୍ନ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ରାସନ ବା ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ମା ମଙ୍ଗଳାଙ୍କ ଦର୍ଶନ କରି ସାରିବା ପରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଥିଲେ। ରାଜ୍ୟରେ ସମସ୍ତ ଗରୀବ ଓ ଅସହାୟ ପରିବାର ମାନଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ। ବିଗତ ସରକାର ଅମଳରେ ହୋଇଥିବା ୮ ଲକ୍ଷ ବେଆଇନ୍ ରାସନ୍ କାର୍ଡ ଇ-କେୱାଇସି ଜରିଆରେ କାଟ କରାଯାଇଛି। ଆହୁରି ୧୪ ଲକ୍ଷ ହିତାଧିକାରୀଙ୍କୁ ନୂତନ କାର୍ଡ ବ୍ୟବସ୍ଥା ନୂଆ ସରକାର କରିଛନ୍ତି।

ପୁରୀ ଜିଲ୍ଲାରେ ୫୭ ହଜାର ନୂତନ କାର୍ଡ ଟାର୍ଗେଟ ଥିବା ବେଳେ ୪୩ ହଜାର ପରିବାରକୁ ଯୋଗାଇ ଦିଆଯିବ। ଏଥି ସହିତ କାକଟପୁର ବ୍ଲକର ବିଭିନ୍ନ ପଞ୍ଚାୟତର ୧୩୦୪ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୧ ଜଣଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ବ୍ଳକ ଅଧକ୍ଷ ଶ୍ରୀଧର ନାୟକ ଓ ବିଡ଼ିଓ ନାରାୟଣ ଦିକ୍ଷୀତ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *