ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରେଡି ର ବାର୍ଷିକ ଉତ୍ସବ ୨୦୨୫-୨୦୨୬।
ଫୁଲବାଣୀ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ବ୍ଲକର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରେଡି ତାହାର ୨୦୨୫-୨୦୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବକୁ ଧୂମଧାମରେ ତା ୦୬/୦୨/୨୦୨୭ ରିଖ ଶୁକ୍ରବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ କରାଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତାରାଣୀ କହଁର ଆୟୋଜିତ ସଭାର ସଭାପତିତ୍ଵ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବାର୍ଷିକ ବିବରଣୀ ସର୍ବ ସମ୍ମୁଖରେ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଶ୍ରୀମତୀ ସସ୍ମିତା କହଁର କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବ୍ୟକ୍ତିଗତ ଶିକ୍ଷା କ୍ଷେତ୍ରରେ ଥିବା ଅନୁଭୂତିକୁ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଓ ଭବିଷ୍ୟତରେ ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥିଲେ । ଏବଂ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବିକାଠି ଏହି ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର କହଁର ଯୋଗ ଦେଇ ତାଙ୍କର ଓଜସ୍ଵିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ସଚେତନ। କରାଇଥିଲେ । ସେ ଛାତ୍ରଛାତ୍ରୀଙ୍କ ବିକାଶରେ ଅଭିଭାବକ ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ଛାତ୍ରଛାତ୍ରୀ ମାନଙ୍କ ସମାନ ଭାଗୀଦାରୀତା ରହିଛି ବୋଲି ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୁଖ ଖମାରୀ, ବରଡା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ, ଲାଇନପଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁରଜ ଦିଗାଲ ଏବଂ ପାଞ୍ଚସଖା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଭୁ ଚରଣ ପ୍ରଧାନ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ।ଶିକ୍ଷୟତ୍ରୀ ଶ୍ରୀମତୀ ବିସ୍ମିତା ପ୍ରଧାନ ସମସ୍ତ ଅତିଥି ଙ୍କ ଆଭ୍ୟର୍ଥନା ଦାୟିତ୍ୱ ଏବଂ ଧନ୍ୟବାଦ ଅର୍ପଣ କାର୍ଯ୍ୟ କୁ ନିର୍ବାହ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟପେୟର ବନ୍ଦୋବସ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ୫ ଦାୟିତ୍ଵକୁ ଅନୁଷ୍ଠାନର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ କୃପାନିଧି ପ୍ରଧାନ ସୁଚାରୁରୂପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ବିସ୍ମିତା ପ୍ରଧାନ ଅରୁନ୍ଧତୀ ଦିଗାଲ ଓ ଶ୍ରଦ୍ଧାଞ୍ଜଳି ନାୟକ ସହଯୋଗ କରିଥିଲେ ।
