ଆନେକ୍ସ କପ କ୍ରିକେଟ ଟୁର୍ନାମେଣ୍ଟ

Date-12/05/25 ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ରେ ହିନ୍ଦୁସ୍ଥାନ ସ୍ପୋଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୮ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଆନେକ୍ସ କପ ର ଫାଇନାଲ ରେ ବିଜୟ ହାସଲ କରିଛି କଟକ ର ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ। ପ୍ରଥମେ ଟସ୍ ରେ ଜିତି ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ ବୋଲିଂର ନିଷ୍ପତ୍ତି ନେଇଥିଲା । ସ୍ପୋଟିଂ ୟୁନିଅନ କ୍ରିକେଟ କ୍ଲବ ଝାଡ଼ଖଣ୍ଡ ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା l ଏହାର ଜବାବ ରେ ୧୭.୪ ଓଭର ରେ ଏକ ସଂଘର୍ଷ ମୟ ମ୍ୟାଚ ରେ ୪ ୱିକେଟ୍ ହରାଇ ୧୭୦ ରନ ସଂଗ୍ରହ କରି କଟକ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ ବିଜୟ ହାସଲ କରିଥିଲା। ଏହି ଖେଳ ର ଶ୍ରେଷ୍ଠ ଖେଳାଳି ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ ର ବିପ୍ଲବ ସାମନ୍ତରାୟ ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ରୂପେ ଘୋଷଣା କରାଯାଇଥିଲା । ପରେ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଜଗତସିଂହପୁର ବିଡିଓ ଆଶୁତୋଷ ମିଶ୍ର, ହିନ୍ଦୁସ୍ଥାନ ସ୍ପୋଟିଂ ର ସଭାପତି ସମୀର ଲେଙ୍କା ପ୍ରମୁଖ ଯୋଗ ଦେଇ ଚାମ୍ପିୟାନ ଟିମ କଟକ ର ରାଇଜିଂ ସ୍ଟୁ ଡେଣ୍ଟ ଦଳ କୁ ଟ୍ରଫି ସହ ୧ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରିଥିଲେ ଏବଂ ରନର୍ସ ଅପ୍ ଟିମ୍ ଝାରଖଣ୍ଡ ର ସ୍ପୋଟିଂ ୟୁନିୟନ କୁ ୭୦ ହଜାର ଟଙ୍କା ପୁରସ୍କାର ରାଶି ଏବଂ ସୁନ୍ଦର ଟ୍ରଫି ପ୍ରଦାନ କରିଥିଲେ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *