ପୁଣି ବଳିଆପଣ୍ଡାର ଅଳିଆ ପାହାଡରେ ନିଆଁ।
ପୁଣି ବଳିଆପଣ୍ଡାର ଅଳିଆ ପାହାଡରେ ନିଆଁ। ପୁରୀ ଗୌଡବାଡ଼ ସାହି ଅଳିଆଗଦାରେ ନିଆଁ ଲାଗି ବ୍ୟାପିଥିବା ଧୁଆଁରେ ସାହି ବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଗତ ଜାନୁଆରୀ ମାସରେ ନିଆଁ ଲାଗି ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ଗତକାଲି ରାତିରେ ପୁର୍ନବାର ନିଆଁ ଲାଗିଛି। ବୟସ୍କ, ଛୁଆ, ରୋଗୀ ଶ୍ୱାସ ରୁଦ୍ଧ ପରି ଅବସ୍ଥା ଅନୁଭବ କରୁଛନ୍ତି। ଗତକାଲି ରାତିରେ ପୁରୀ ପୌରପାଳିକା ଅନ୍ତର୍ଗତ ଗୌଡବାଡ଼ ସାହିର ଅଳିଆ ପାହାଡରେ ନିଆଁ ଲାଗିବା ଯୋଗୁ ଖଣ୍ଡମଣ୍ଡଳ ଧୂଆଁମୟ ହୋଇଯାଇଥିଲା । ବର୍ଷ ବର୍ଷ ଧରି ସହରର ସମସ୍ତ ଆବର୍ଜନା ସେଠାରେ ଜମା ହୋଇ ପାହାଡ଼ ଭଳି ସୃଷ୍ଟି ହୋଇଛି।ବିଭିନ୍ନ ସମୟରେ ଅଳିଆଗଦାର ପାହାଡ଼ରେ ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦୀର୍ଘ ଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ।
