ଲିଟିଲ ୱାର୍ଲଡ଼ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ
ଲିଟିଲ ୱାର୍ଲଡ଼ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ lବାଲୁଗାଁ ଲିଟିଲ ୱାର୍ଲଡ଼ ଇଂଲିଶ ମିଡ଼ିଅମ ସ୍କୁଲ ରେ କୋଡିଏ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ରୋଟାରୀଆନ ନିରଜ କୁମାର ଝା ଙ୍କର ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶିକ୍ଷକ ସୁଗନ୍ଧରାଜ ଜେନା ଅଥିତି ପରିଚୟ ପ୍ରଦାନ କରିଥିଲେ ଓ ସମ୍ପାଦିକା ତଥା ଅଧକ୍ଷା ନମିତା ଝା ବାର୍ଷିକ ବିବରଣୀ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ଶିକ୍ଷାବିତ ପଞ୍ଚାନନ ପ୍ରଧାନ, ମୁଖ୍ୟ ବକ୍ତା ପୂର୍ବତନ ଚିଲିକା ବ୍ଲକ ଅଧକ୍ଷ ଲଳିତ ମୋହନ ପଟ୍ଟନାୟକ, ସଂମ୍ମାନିତ ଅତିଥି ଭାବେ ବିଜେଡି ସାଧାରଣ ସମ୍ପାଦିକା ସୁମିତ୍ରା ମହାପାତ୍ର, ନାଟ୍ୟ ନିର୍ଦେଶକ ଜିତେନ୍ଦ୍ର କୁମାର ପଟ୍ଟନାୟକ, ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ରାଜ କିଶ୍ବର ସାହୁ, କୁନା ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ l ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧନା କରିଥିଲେ l

ଶିକ୍ଷୟିତ୍ରୀ ନିବେଦିତା ଜେନା, ସ୍ମୁତି ଶତପଥି, ଜ୍ୟୋତି ମଙ୍ଗରାଜ, ରୀତାଞ୍ଜଳି ଜାଲି, ତ୍ରିଲୋଚନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଉପାଧ୍ୟାକ୍ଷା ପୁଷ୍ପାସିଂ ରାଠୋର ଧନ୍ୟବାଦ ଦେଇଥିଲେ l କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦେଶନା ଦେଇଥିଲେ ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି ଓ ଗୁରୁ ମାଧବ ଚନ୍ଦ୍ର ପଳେଇ, ଭାରତର ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟ ଓଡିଶlର ନିପୁଣ କଳା ପରିବେଷଣ କରି ସମସ୍ତ ଦର୍ଶକଙ୍କ ମନ ମୋହିଥିଲେ କୁନି କୁନି ପିଲା l ସମସ୍ତ ଅଭିଭାବକ ଓ ଦର୍ଶକ ମାନେ ଶାନ୍ତି ଶୃଙ୍ଖଳା ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏହି ସାଂସ୍କୃତିକ କାର୍ଯ୍ୟ କ୍ରମକୁ ବଡ଼ ଉଲ୍ଲାସର ସହିତ ଉପଭୋଗ କରିଥିଲେ l
