ସମ୍ଭବ ସାହିତ୍ୟ ପରିବାର ତରଫରୁ ବାର୍ଷିକ ଉତ୍ସବ
ଭୁବନେଶ୍ଵର- ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ଭବ ସାହିତ୍ୟ ପରିବାର ତରଫରୁ କଳା,ସାହିତ୍ୟ,ସ୍ଥାପତ୍ୟ,କ୍ରୀଡା,ନୃତ୍ୟ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ତୃତୀୟ ରାଜ୍ୟ ସ୍ତରୀୟ ସମଗ୍ର ଓଡିଶାରୁ ବଛା ବଛା ପ୍ରତିଯୋଗୀ ମାନଙ୍କୁ ନେଇ ଏକ ସୁନ୍ଦର ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧକ୍ଷା ଓ ପ୍ରତିଷ୍ଠାତା ଡ.ରୋଜାଲିନି ସେନାପତିଙ୍କ ତତ୍ତ୍ଵାବଧାନରେ ଭଞ୍ଜ ସାହିତ୍ୟର ଆଲୋଚନା ହୋଇଥିଲା।ଭଞ୍ଜ ସାହିତ୍ୟର ଏକ ସୁନ୍ଦର ପ୍ରୟାସ ଆରମ୍ଭ ହୋଇଛି ଯାହାକି ଭୁବନେଶ୍ୱର ରୁ ଆରମ୍ଭ ହୋଇଛି କିନ୍ତୁ ଆମ ସମ୍ଭବ ସାହିତ୍ୟ ତରଫରୁ ସବୁ ଜିଲ୍ଲାରେ ଭଞ୍ଜ ସାହିତ୍ୟର ଆଲୋଚନା ହେବ।ପ୍ରଥମ ଅଧିବେଶନରେ ଉଦଘାଟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଭଞ୍ଜନଗର ବିଧାୟକ, ମୁଖ୍ୟ ବ୍ୟକ୍ତା ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ,ଭଞ୍ଜ ଆଲୋଚକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡ. ଶାନ୍ତନୁ ରଥ, ଡ. ହିମାଂଶୁ ଶେଖର ଦାଶ, ଡ. ଲକ୍ଷ୍ମନାରାୟଣ ଦାଶ ଅତିଥି ଭାବରେ ଭଞ୍ଜ ସାହିତ୍ୟ ଆଲୋଚନା କରିଥିଲେ।

ଦିତୀୟ ଅଧିବେଶନରେ ଉଦଘାଟକ ଡ. ଅରୁଣ ସାହୁ ବିଧାୟକ ନୟାଗଡ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଧ୍ରୁବ ସାହୁ ବିଧାୟକ ରାଜନଗର, ମୁଖ୍ୟବକ୍ତା ପ୍ର ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ରଞ୍ଜିତ କୁମାର ପ୍ରଧାନ, ପ୍ରଭୁତି ଯୋଗଦାନ କରି ଆଜିର ଏହି ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଉତ୍ସବ ପାଳିତ ହୋଇ ଥିଲା। ଟ୍ରଷ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭଞ୍ଜ ସାହିତ୍ୟକୁ ଲୋକ ଲୋଚନକୁ ଆଣିବା ଓ ଏହାର ପ୍ରଚାର ପ୍ରସାର କରିବା। କନ୍ୟାରତ୍ନ ଓ ଯୁବ ପ୍ରତିଭା ଆୱାର୍ଡ଼ ଏହାର ଆକର୍ଷଣ ଥିଲା। ପରିଶେଷରେ ସଭାପତି ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
