ସୋରଡା ବିଧାୟକ ଙ୍କ ଭିନ୍ନ ପ୍ରୟାସଆଦିବାସୀ ଦୁର୍ଗମ ଅଞ୍ଚଳ ନିଜ ସମର୍ଥକ ସହ ପହଞ୍ଚି ବୁଝିଲେ ସମସ୍ୟା

ସୋରଡ଼ା, ଓଡ଼ିଶା ରେ ବିଜେପି ବାଜିମାତ କରି ସଂଖ୍ୟା ଗରିଷ୍ଠତା ହାସଲ କରିବାର ଏକ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସ୍କା ସଂସଦୀୟ କ୍ଷେତ୍ର ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ ସୋରଡ଼ା ବରିଷ୍ଟ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଜନତା ଜନାର୍ଦ୍ଦନ ଙ୍କ ସେବାରେ ବିଭିନ୍ନ ଦୁର୍ଗମ ଆଦିବାସୀ ଅଞ୍ଚଳ ଗୁଡ଼ିକୁ ବୁଲି ମୌଳିକ ସମସ୍ୟାର ସମାଧାନ ଲାଗି ଲାଗିପଡିଛନ୍ତି ବିଧାୟକ l ଗତ କାଲି ନିଜ ସମର୍ଥକ ସହ ବାଇକ୍ ଯୋଗେ ଗୌଡଗୋଠା ପଂଚାୟତ ର ଦୁର୍ଗମ ଆଦିବାସୀ ଅଂଚଳ ଗୁଞ୍ଜୁଲି ଗ୍ରାମରେ ପହଞ୍ଚି ଲୋକ ମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ଆଲୋଚନା କରି ରହିଥିବା ସମସ୍ୟା ନିଚିତ ରୂପେ ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଓ ସେମାନଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ସୁବିଧା କିଭଳି ସେମାନେ ପାଇବେ ସେ ଉପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି l ଏହି ଭଳି ସୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ର ଦୁର୍ଗମ ଆଦିବାସୀ ଅଞ୍ଚଳ ମାନଙ୍କୁ ବୁଲି ସେମାନଙ୍କ ସମସ୍ୟା ର ସମାଧାନ କରିବାର ପାଇଁ ସେ ଲାଗିପଡିଛନ୍ତି l ସେ ଏମିତି ଏକ ଦୁର୍ଗମ ଅଞ୍ଚଳ କୁ ଯାଇଥିଲେ ଯାହାକି ଲୋକ ମାନେ ଚାଲି ଚାଲି ଯିବା କଷ୍ଟକର ତଥାପି ସେ ସେ ନିଜ ଦଳୀୟ କର୍ମୀ ମାନଙ୍କ ସହ ସେହି ଦୁର୍ଗମ ଆଦିବାସୀ ଅଞ୍ଚଳ ରେ ପହଞ୍ଚି ଥିଲେ l

ଓ ସେମାନଙ୍କ ମୌଳିକ ସୁବିଧା ଖାଦ୍ୟ ପାନୀୟ ଜଳ ଗମନାଗମନ ପାଇଁ ସୁଗମ ରାସ୍ତା , ଶିକ୍ଷା ସ୍ବାସ୍ଥ୍ୟ ବିଷୟ ରେ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ l ଏ ଭଳି ବିଧାୟକ ପଦକ୍ଷେପ ଦେଖି ଲୋକ ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା l ଓ ସେମାନେ ବିଧାୟକ ଙ୍କୁ କହୁଥିଲେ ଯେ କେବେ କୌଣସି ବିଧାୟକ ଆମ ଗ୍ରାମ କୁ ଆସି ଆମ ସୁଖଦୁଃଖ ବୁଝି ନଥିଲେ l ଏହି ଭଳି ଆମେ ଗୋଟିଏ ବିଧାୟକ ପାଇଛୁ l ଯେ କି ଆମକୁ ନିଜ ପରିବାର ଭାବି ଆମ ସୁଖ ଦୁଃଖରେ ଠିଆ ହେଉଛନ୍ତି l ଏ ଭଳି ସେମାନଙ୍କ ଖୁସି ଯେ ବିଧାୟକ ଙ୍କୁ ନିଜେ ନାଚ ଗୀତରେ ପାଛୋଟି ନେଇଥିଲେ l ଏହି ଭଳି ବିଧାୟକ ପଦକ୍ଷେପ କୁ ଦେଖି ବୁଦ୍ଧିଜୀବି ମନେ ସାଧୁବାଦ୍ ଜଣାଇଛନ୍ତି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *