ବ୍ରହ୍ମପୁର ଭାରତୀୟ ଜୀବନ ବୀମା ନିଗମ ଶାଖା-୧ ଅଭିକର୍ତ୍ତା ସଂଘର ବାର୍ଷିକ ଉତ୍ସବ
ବ୍ରହ୍ମପୁର ଭାରତୀୟ ଜୀବନ ବୀମା ନିଗମ ଶାଖା-୧ ଅଭିକର୍ତ୍ତା ସଂଘର ବାର୍ଷିକ ଉତ୍ସବ ତଥା ସାଧାରଣ ପରିଷଦ ବୈଠକ । ବ୍ରହ୍ମପୁର—ବ୍ରହ୍ମପୁର ଭାରତୀୟ ଜୀବନ ବୀମା ନିଗମ ଶାଖା-୧ ଅଭିକର୍ତ୍ତା ସଂଘର ବାର୍ଷିକ ଉତ୍ସବ ତଥା ସାଧାରଣ ପରିଷଦ ବୈଠକ ବୁଧବାର ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ସଂଘ ସଭାପତି ଵାଲାଜୀ ବିଷୋୟୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଡିଭିଜନର ଏସ୍ଡ଼ିଏମ ସୁଶାନ୍ତ କୁମାର .ପାଣିଗ୍ରାହୀ ମୂଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ସଂଗଠନର ଶୃଙ୍ଖଳା କମିଟିର ଉପାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ,ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଡିଭିଜନର ମାର୍କେଟିଂ ମ୍ୟାନେଜର ଅମୂଲ୍ୟ କୁମାର ପାଟଯୋଶୀ,ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଚିଫ ମ୍ୟାନେଜର ରତିକାନ୍ତ ବେହେରା, ଶାଖା ପରିଚାଳକ ଜି.କେ.ମିଶ୍ର, ସିଏଲଆଇଏ ଡେପୁଟି ବିଏମ କଣ୍ଡାଳ ସେଠୀ,

ଡିଭିଜନ କୋଷାଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକ, ମୂଖ୍ୟ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ତୁଷାରକାନ୍ତ ରଥ,,ଏସ ମହେଶ୍ବର ପୃଷ୍ଟି, ପି.ଡିଲୀରାଓ,କେ.ସୁରେଶ ପାତ୍ର, ବାଞ୍ଛାନିଧି ବେହେରା ପ୍ରମୂଖ ମଂଚାସୀନ ଥିଲେ । ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜାତୀୟ ସଙ୍ଗୀତ ଗାନ ହୋଇଥିଲା ।ବିଶ୍ୱ ଶାନ୍ତି ଏବଂ ଦିବଂଗତ ଅଭିକର୍ତ୍ତାଙ୍କ ଉର୍ଦ୍ଧେଶ୍ୟରେ ଦୁଇମିନଟର ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ସମ୍ପାଦକ ଅଶୋକ ମହାରଣା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ।କୋଷ।ଧକ୍ଷ ରବୀନ୍ଦ୍ର କୁମାର ପାଢୀ ବାର୍ଷିକ ବ୍ୟୟ ରିପୋର୍ଟ ପଠନ କରିଥିଲେ । ଉପସ୍ଥିତ ଅତିଥି ମାନେ ଅଭିକର୍ତ୍ତା ସଙ୍ଗଠନର ଏବଂ ଅଭିକର୍ତ୍ତାଙ୍କ ଉତରୋତ୍ତର ଉନ୍ନତି କାମନା କରିଥିଲେ ।ବରିଷ୍ଠ ଅଭିକର୍ତ୍ତା ଗଙ୍ଗାଧର ପାଣିଗ୍ରାହୀ,ମହେଶ୍ବର ପୃଷ୍ଟି, ଅଶୋକ କୁମାର ପାତ୍ର,ଏସ.ନାଗେଶ୍ୱର ଆଚାରି ଓ ଉମାକାନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପି.ଡିଲିରାଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ବିଷୋୟୀ, ମନୋଜ ବେହେରା,ବିପ୍ର ଚରଣ ବେହେରା,ରାମଚନ୍ଦ୍ର ପାଢ଼ୀ,ଏସ.ମୁରଲୀଧର,ରୁଦ୍ର ରେଡ୍ଡୀ,ପ୍ରଶାନ୍ତ ପାଣିଗ୍ରାହୀ,ସୀମାଞ୍ଚଳ ଜେନା,ମାଧବ ବିଶ୍ୱାଳ,ହରିହର ସାହୁ,ଲଳିତ ମୋହନ ବିଷୋୟୀ,ଟି. ଉମାପତି,ଭଗବାନ ପୂଜାରୀ,ଏମ. ଗୋପାଳ ରାଓ,ନରସିଂହ ପାଢ଼ୀ,ବାବୁ ପ୍ରସାଦ ପ୍ରଧାନ,କାହ୍ନୁ ଚରଣ ବାଡ଼ତ୍ୟା,ତ୍ରିନାଥ ରାଉଳ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଅଭିକର୍ତ୍ତା ଭାଇ ଭଉଣୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଅବସରରେ5 ଜଣ ବରିଷ୍ଠ ଅଭିକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ରାଜ ଗୋପାଳ ପାଢ଼ୀ ସଂଯୋଜନା କରିଥିଲେ ।
