ଗୋପବନ୍ଧୁ ଦ୍ଵିଭାସିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡ଼ା ତା ୧୮-୪-୨୦୨୪ ଗୋପବନ୍ଧୁ ଦ୍ଵିଭାସି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ୪୩ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଚି। ଏଥିରେ ମୂଖ୍ୟ ଅତିଥି ରୂପେ ରାୟଗଡ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଲଳିତ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ଜେକେ କାଗଜ କଳର ମହା ପ୍ରବନ୍ଧକ ଶ୍ରୀଯୁକ୍ତ ଏସ କେ ଧଳ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସ ଜୀବିତେଶ୍ୱର୍ ରାଓ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ କେ ରାମାରାଓ ମଞ୍ଚାସିନ ଥିଲେ। ଏଥିରେ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଉତ୍ସବରେ ସଭାପତିତ୍ବ କରିଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରଯାଇଥିଲା। ଅନେକ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପିତାମାତା, ଗ୍ରାମ ବାସୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ ରୁପାୟନ କରିଥିଲେ।
