ବାଣ ବିସ୍ପୋରଣ ୧ ମୃତ୍ୟୁ, ଦୁଇ ଗୁରୁତର
କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମରୁଆବିଲ ପଞ୍ଚାୟତର ଝାଟକିପସି ଗ୍ରାମରେ ବାଣ ବନ୍ଧୁଥିବା ବେଳେ ବାଣ ଫୁଟି ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ପଦଇଥିଲେ l ମୃତକ ଜଣକ ହେଲେ ଗ୍ରାମର ଦେବେନ୍ଦ୍ର ତ୍ୟୁ (୩୫ ) l ଦେବେନ୍ଦ୍ର ସୋମବାର ଅପରାହ୍ନରେ ସନ୍ନିକଟ ଜଙ୍ଗଲ ମଧ୍ୟରେ ବାଣ ଭିଡୁଥିବା ସମୟରେ ବିସ୍ପୋରଣ ଘଟିଥିଲା l ଫଳରେ ଦେବେନ୍ଦ୍ର ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ବେଳେ ଭଞ୍ଜ ନାଏକ, ବୁଲୁ ନାଏକ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ବିସ୍ପୋରଣ ଶୁଣି ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୩ଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ସେମାନଙ୍କୁ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଦେବେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ଗୁରୁତର ଦ୍ବୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥନାନ୍ତର କରାଯାଇଛି l
