କଳା ଜୀବନକୁ ସରସ ସୁନ୍ଦର କରିଥାଏ : କଳାକାର ମହାସଂଘ

ବ୍ରହ୍ମପୁର, ତା. ୦୪/୧୧ : ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ପାଳନ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ସନ୍ନିକଟ ସୁନାପୁର ଗ୍ରାମ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ କାଶୀ ବିଶ୍ୱନାଥ ବୋଲବମ୍ ସଂଘ ତରଫରୁ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ବୋଲବମ୍ ସଂଘ ସଭାପତି ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବେ ଯୋଗଦେଇ ସୁନାପୁର ଗ୍ରାମ ଲୁପ୍ତପ୍ରାୟ ମହାର୍ହ ଲୋକନାଟକ “ରାମ ନାଟକ” ନିମନ୍ତେ ସମଗ୍ର ଓଡ଼ିଶାରେ ସୁପରିଚିତ ହେତୁ ତାହାକୁ ବଞ୍ଚାଇ ରଖିବା ସହ ନୂତନ ପିଢ଼ି ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଥିଲେ। ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା, ଉପମହାସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଳା ଜୀବନକୁ ସରସ ସୁନ୍ଦର କରିବାରେ ସହାୟତା କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ରାମ ନାଟକ ଗୁରୁ ସଂଗୀତଜ୍ଞ ଘନଶ୍ୟାମ ବେହେରା ଓ ଓଡିଶୀ ନୃତ୍ୟ ଗୁରୁ ଶେଖର ସୁମନ ମାଝୀଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଅଭିନେତା ହିମାଂଶୁ ଶେଖର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ବ୍ରହ୍ମପୁର, ଉତ୍କଳିକା ନୃତ୍ୟାନୁଷ୍ଠାନର ଛାତ୍ରୀ ଏବଂ ମା ‘ ବୁଢ଼ୀ ଠାକୁରାଣୀ ଭଜନ ସଂଘର ଶିବାନୀ, ଜୟନ୍ତି, ବନିତା, ଜାଗୃତି, ଗୀତାଞ୍ଜଳି, ଶ୍ରୀୟା, ଶ୍ରାବଣୀ, ଝାନ୍ସୀ, ପାୟଲ୍, ପ୍ରାଞ୍ଜଳି ପ୍ରମୁଖ ଶିଶୁ ନୃତ୍ୟ ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଭଜନ ସଂଘ ପକ୍ଷରୁ ଗୁରୁ ଘନଶ୍ୟାମ ବେହେରା, ଶ୍ରୀନିବାସ ବେହେରା, ଶଶାଙ୍କ, ଯୁଦ୍ଧିଷ୍ଠିର, ମଲ୍ଲୀ, ରମା, ମୋହନ, ଭରତ, ହିମାଂଶୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ସମସ୍ତ କଳାକାରଙ୍କୁ ମହାସଂଘ ପକ୍ଷରୁ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବୋଲବମ୍ ସଂଘ ସଦସ୍ୟ ଜଗନ୍ନାଥ, ଦାମୋଦର, ଗଦାଧର, ବିଜୟ, ରବୀନ୍ଦ୍ର, ପଦ୍ମନାଭ, ଚିନୁ, କାଳିଆ ପ୍ରମୁଖଙ୍କ ସମେତ ସୁନାପୁର ଗ୍ରାମବାସୀ ସହଯୋଗ କରିଥିଲେ। ପରିଶେଷରେ ଚିତ୍ରଶିଳ୍ପୀ ଲଷ୍ମୀକାନ୍ତ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *