ଆର୍ଟ ଅଫ ଗିଭିଙ୍ଗର ଦ୍ୱାଦଶ ତମ ବାର୍ଷିକୋତ୍ସବ
ଆର୍ଟ ଅଫ ଗିଭିଙ୍ଗର ଦ୍ୱାଦଶ ତମ ବାର୍ଷିକୋତ୍ସବ
ପୁରୀ,୧୭/୫- ଆର୍ଟ ଅଫ ଗିଭିଙ୍ଗର ଦ୍ୱାଦଶ ତମ ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ ସୋମବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।କିଟ୍ ଉପଦେଷ୍ଟା ଶଶାଙ୍କ ଚୂଡାମଣି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟଶାଣୀ,ଅବସରପ୍ରାପ୍ତ ଫ୍ରଫେସର ଭଗବାନ ଜୟସିଂହ,ଅତିରିକ୍ତ ଏସପି ସନ୍ତୋଷ କୁମାର ପାଣିଗ୍ରାହୀ ଓ ସଚିନ ପଟେଲ, କଥାକାର ବଦ୍ରି ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ସୁକାନ୍ତ ମହାନ୍ତି ,ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦେଇ ଆର୍ଟ ଅଫ ଗିଭିଙ୍ଗ ସମ୍ପର୍କରେ ସବୁ ବର୍ଗର ଲୋକମାନଙ୍କ ଭିତରେ ଦାନ କରିବାର କଳା ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ୨୦୧୩ ମସିହାରେ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଏହି ଆର୍ଟ ଅଫ ଗିଭିଙ୍ଗ ଉତ୍ସବ ଆରମ୍ଭ ହୋଇଥିଲା । ଚଳିତବର୍ଷ ପାଇଁ ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ପାଇଁ ବାର୍ତ୍ତା ରହିଥିଲା । ଏଥିରେ ବିଭିନ୍ନ କଲେଜ ଓ ଅନୁଷ୍ଠାନରୁ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର,ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଲିଖିତ ଆର୍ଟ ଅଫ୍ ଗିଭିଙ୍ଗ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଭାରତ ସହ ପଡ଼ୋଶୀ ଦେଶ ସୁସମ୍ପର୍କ,ସମାଜରେ ନିଜ ପଡୋଶୀ ସହ ଭ୍ରାତ୍ୱତ୍ଵ ରକ୍ଷା ଓ ଭଲ ସମ୍ପର୍କ ରକ୍ଷା ଉପରେ ଅତିଥି ମାନେ ନିଜ ମତ ରଖିଥିଲେ । କଳିଙ୍ଗ ଟିଭିର ବ୍ୟୁରୋ ହେଡ ପ୍ରଦ୍ୟୁମ୍ନ କୁମାର ସାଥୁଆ ସ୍ବାଗତ ଭାଷଣ ଦେଇଥିବାବେଳେ ଆର୍ଟ ଅଫ୍ ଗିଭିଙ୍ଗ ପୁରୀ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। କଳିଙ୍ଗ ଟିଭି ପୁରୀ ସିନିୟର ରିପୋର୍ଟର ଶୈଳେନ୍ଦ୍ର ଆଚାର୍ଯ୍ୟ,ପିଣ୍ଟୁ ସାହୁ ,ପିପିଲି ପ୍ରତିନିଧି ଦିବାକର ଷଡ଼ଙ୍ଗୀଙ୍କ ସମେତ କିଟ୍ ,କିସ୍ ଓ କିମ୍ସ କର୍ମକର୍ତ୍ତା ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
