ଅଶୋକ ଦାସଙ୍କ ୧୩ତମ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର ମହାନ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ୧୩ ତମ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅଶୋକ ଦାସ ସ୍ମୃତି କମିଟି ପକ୍ଷରୁ ମହା ସମାରିହରେ ପାଳିତ ହୋଇଯାଇଛି। ଅଶୋକ ଦାସ ସ୍ମୃତି କମିଟିର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନାଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ଯୋଗଦେଇଥିବା ବେଳ ଅଶୋକ ଦାସଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଅଶୋକ ଦାସଙ୍କ ରାଜନୈତିକ ଜୀବନ ଉପରେ ବହୁ ତଥ୍ୟ ଉପସ୍ଥାପନ କରିଥିଲେ।ବାଣୀ ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *