ଆଜିର ବିଧାନସଭା: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର:ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ ଥିଲା । ଏପ୍ରିଲ ୩ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି , ପରୀକ୍ଷାରେ ଅଳ୍ପକିଛି ତ୍ରୁଟି ଦେଖାଦେଇଥିଲେ ମଧ୍ୟ ସୁରୁଖୁରୁରେ ପରୀକ୍ଷା ସରିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି । ଅନ୍ୟପଟେ ପ୍ରଶ୍ନପତ୍ର ଲିକ ଓ ତ୍ରୁଟିକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି । ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ।

ଶୂନ୍ୟକାଳରେ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ ଉଭୟେ ବିଜେପି ଓ କଂଗ୍ରେସ । ପ୍ରଶ୍ନପତ୍ର ଲିକର କପିକୁ ଦେଖାଇବାକୁ ବିରୋଧୀମାନେ ପୋଡିୟମ ତଳକୁ ଚାଲିଆସିଥିଲେ । ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ନାରାବାଜି କରିଥିଲେ ବିରୋଧୀ। ଏଥିସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ । ବିରୋଧୀଙ୍କ ହଟ୍ଟେଗୋଳ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *