ଜନ ଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ବାପା ସହ ଦୁଇ ପୁଅ ଗିରଫ

-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁର ସାହିରେ ୪ ଜଣ ଜନ ଗଣନା ଅଧିକାରୀଙ୍କୁ ମାଡ଼ ମାରିବା ସହ ଆଶାଳୀନ ଭାଷା ପ୍ରୟୋଗ ଏବଂ ଗାଡି ଭାଙ୍ଗିବା ଅଭିଯୋଗରେ ଜେଲ ଗଲେ ବାପା ଓ ଦୁଇ ପୁଅ। ବାପା ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ ସ୍ବପ୍ନ ଶତପଥୀ ଏବଂ ଭାନୁ ପ୍ରକାଶ ଶତପଥୀକୁ କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ। ଗତ କାଲି ଅନନ୍ତପୁର ସାହିରେ ଜନ ଗଣନା ବେଳେ ଏକ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ସବୁ ଅଭାଦ୍ରାମୀର ସୀମା ଟପି ଯାଇଥିଲେ ବାପା ପୁଅ। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଜନ ଗଣନା ଅଧିକାରୀଙ୍କୁ ମାଡ଼ ମାରିବା, ଖରାପ ଭାଷା ପ୍ରୟୋଗ କରିବା ଏବଂ ଗାଡିକୁ ଭଙ୍ଗା ରୁଜା କରିବାକୁ ନେଇ ଆକ୍ସନ ନେଇଥିଲେ ଉପଜିଲ୍ଲାପାଳ ଦିନମଣି ନାଏକ। କାମାକ୍ଷାନଗର ଥାନାରେ ଅଭିଯୋଗ ଆଧାରରେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା। ତେବେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଜନ ଗଣନା ବେଳେ ଅଧିକାରୀଙ୍କୁ ଆକ୍ରମଣ କିମ୍ବା ବାଧା ସୃଷ୍ଟି କରାଇଲେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ମଧ୍ୟ ପ୍ରକାଶ କରିଛନ୍ତି। ୩ ଆକ୍ରମଣକାରୀଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *