ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜ୍ୟ ରାଜପଥ ତିହିଡି ବ୍ଲକ ନନ୍ଦପୁର ମାଛ ମାର୍କେଟ ଠାରେ ଅଟୋ ଓ ବସ ମୁହାଁ ମୁହିଁ ଦୁର୍ଘଟଣା
ଭଦ୍ରକ– ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜ୍ୟ ରାଜପଥ ତିହିଡି ବ୍ଲକ ନନ୍ଦପୁର ମାଛ ମାର୍କେଟ ଠାରେ ଅଟୋକୁ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ସମୟରେ ରାଧାରାଣୀ ନାମକ ଏକ ଘରୋଇ ବସ କୁ ତିହିଡ଼ି ପୋଲିସ ଥାନାକୁ ଆଣି ଆପଶ ସମାଧାନ ପରେ ଛାଡ଼ି ଦେଇଥିବା ଜଣାପଡିଛି। ସୂଚନା ମୁତାବକ ଏକ OR ,05, AH, 2040 ନମ୍ବର ଥିବା ରାଧାରାଣୀ ନାମକ ଏକ ଘରୋଇ ବସ ଚାନ୍ଦବାଲି ଆଡୁ ଭଦ୍ରକ ଗେରେଜକୁ ଯାଉଥିବା ସମୟରେ ନନ୍ଦପୁର ମାଛ ମାର୍କେଟ ଠାରେ ଏକ ଅଟୋକୁ ଧକ୍କା ଦେବା ଦ୍ବାରା ଅଟୋ ଚାଳକ ଦୂରୁକୁ ଛିଟିକି ପଡ଼ିଥିବା ବେଳେ ଆଟୋଟି ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣା ଘଟାଇ ବସଚାଳକ ବସକୁ ନେଇ ପଳାଇ ଯାଉଥିବା ସମୟରେ ଅଲିନାଗର ଛକଠାରେ ସାଧାରଣ ଜନତା ଦ୍ବାରା ଅଟକାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
