ବସ ସଙ୍ଘ ଧର୍ମଘଟ

କାମାକ୍ଷାନଗର,୨୩/୧୨/୨୧- ଢେଙ୍କାନାଳ ଗଡିଲାନି କୈଣସି ଘରୋଇ ବସ ।ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ତୁରନ୍ତ କାର୍ଯ୍ୟ ଶେଷ କରିବା ଦାବିରେ ଧର୍ମଘଟ । ଆଜି କଟକ-ସମ୍ବଲପୁର ପଞ୍ଚାବନ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍।୫୫ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥାକୁ ନେଇ ବନ୍ଦ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜି ସକାଳ ୬ରୁ ରାତି ୧୨ଟା ଯାଏଁ ଗଡିବନି କୌଣସି ଘରୋଇ ବସ।ଫଳରେ ଢେଙ୍କାନାଳ ବସଷ୍ଟାଣ୍ଡରେ ଅଟକି ରହିଛି ସମସ୍ତ ବସ୍ । ଅନୁଗୁଳ ତାଳଚେର ଦେଇ କଟକ ଭୁବନେଶ୍ୱର ଯାଉଥିବା ସମସ୍ତ ଘରୋଇ ବସ ମାଲିକ ସଂଘ ଆଜି ଏହି ବନ୍ଦ ପାଳନ କରୁଛନ୍ତି।ଦାବୀ ପୂରଣ ନହେଲେ ଆସନ୍ତା କାଲି ଠାରୁ ବସରେ କଳାପତାକା ଲଗାଇ ଗାଡି ରୁଟରେ ଗଡିବ।ତଥାପି ଯଦି କୌଣସି ପଦକ୍ଷେପ ନ ନିଆଯାଏ ତେବେ ଆସନ୍ତା ଜାନୁଆରୀ ୧ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ କରି ଦିଆଯିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *