ଚରମ୍ପା ବାଳିକା ବିଦ୍ୟାଳୟରେ ବାଲ୍ୟବିବାହ ଉଚ୍ଛେଦ ନେଇ ସଚେତନତା କାର୍ଯ୍ୟକ୍ରମ

(ଭଦ୍ରକ): ବାଲ୍ୟବିବାହ ଭଳି କୁପ୍ରଥାର ଉଚ୍ଛେଦ ନିମନ୍ତେ ଚରମ୍ପା ବାଳିକା ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ,ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାଲ୍ୟବିବାହ ଆଇନଗତ ଅପରାଧ ବୋଲି ଉଲ୍ଲେଖ କରିଥିଲେ। ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ବାଲ୍ୟବିବାହର କୁପ୍ରଭାବ ସମ୍ପର୍କରେ ସେ ଗଭୀର ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ ଉପସ୍ଥିତ ରହି ଶିଶୁ ସୁରକ୍ଷା ପ୍ରତ୍ୟେକ ପରିବାର ଓ ସମାଜର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଶିଶୁ ସୁରକ୍ଷା ଆଇନ ଅଧିକାରୀ ସୁବ୍ରତ ଦାସ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଅଧିକାର ଓ ସହାୟତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ସମସ୍ୟା ଦେଖିଲେ କିମ୍ବା ଅନୁଭବ କଲେ (୧୦୯୮) ନିଃଶୁଳ୍କ ନମ୍ୱର ରେ ଅଭିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ମଞ୍ଚ ନିମନ୍ତ୍ରଣ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍‌ଡିଏସ୍‌ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚେତନ କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *