ଅଯୋଧ୍ୟାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରଘୁନାଥପୁରର ତା :-୧୬:୦୨ ରଘୁନାଥପୁର ପଞ୍ଚାୟତ ଅଯୋଧ୍ୟାପୁର ଠାରେ ଥିବା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଅଯୋଧ୍ୟାପୁର ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଉତ୍ସବ ରେ ଜଗତସିଂହପୁର ଜିଲ୍ଲା ର ବିଜେପି ସଭାପତି ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଜଗତସିଂହପୁର ଜିଲ୍ଲା ବିଜେପି ଉପସଭାପତି ସୁବାସ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଓ ଅନ୍ୟ ତମ ସମ୍ମାନିତ ଅତିଥି ସରୋଜକାନ୍ତ ସ୍ୱାଇଁ, ବରିଷ୍ଠ ଆଇନ ଜୀବି ଦୋଳଗୋବିନ୍ଦ ମହାପାତ୍ର, ସତ୍ୟବ୍ରତ ରଥ ଜିଲ୍ଲା ପ୍ରଭାରୀ ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ବିଜେପି ମଣ୍ଡଳ ସଭାପତି ସ୍ଵରାଜ ସାମଲ, ଜେ ଗିରିଜା ଦେବୀ ରାଜ୍ୟ ମହିଳା ପତାଞ୍ଜଳି ଯୋଗ ପ୍ରଭାରୀ, ପଦ୍ମାଳୟା ରାଉତ ରାଜ୍ୟ ମହିଳା ପତାଞ୍ଜଳି ଯୋଗ କାର୍ଯ୍ୟକାରିଣୀ ସଦସ୍ୟା, ଶ୍ରୀମନ୍ତୀ ପଙ୍କଜିନୀ ଜଗତସିଂହପୁର ମହିଳା ପତାଞ୍ଜଳି ଯୋଗ ପ୍ରଭାରୀ ପ୍ରମୁଖ ଯୋଗ ଦେଇଥିଲେ ଏହି ପରିପେକ୍ଷୀରେ ବିଦ୍ୟାଳୟ ର ସମ୍ପାଦକ ହେମନ୍ତ କୁମାର ସାହୁ, ଉପଦେଷ୍ଟା ତଥା ରାଷ୍ଟପତି ପୁରସ୍କାର ପ୍ରାକ୍ତନ ଶିକ୍ଷକ ବାବାଜୀ ଚରଣ ସାହୁ, ପରିଚାଳନା କମିଟି ସଭାପତି ଅଜୟ କୁମାର ତ୍ରିପାଠୀ, ପ୍ରଦୀପ ପ୍ରଜ୍ଜଳନ କରି ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ବିଦ୍ୟାଳୟ ର ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବିଦ୍ୟାଥି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ, ପ୍ରଧାନ ଶିକ୍ଷକ ଅଂଶୁମାନ ଆଚାର୍ଯ୍ୟ, ପ୍ରକାଶ ଗୁରୁଜୀ ଓ଼ ଗୁରୁମା ବନ୍ଦନା, ଅମିତା, ସବିତା, ଅନୁସ୍ମିତା, ସଂଯୁକ୍ତା, ସନ୍ତୋଷୀ, ଅର୍ପିତା, କିରଣ, ରୋଜାଲିନ, ରଶ୍ମିତା, ସୋନାଲି, ସୁକାନ୍ତି, ଶୀତଲ ପ୍ରମୁଖ ଗୁରୁମା ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏବଂ ନିବେଦିତା ଓ ଅଞ୍ଜନା ସହାୟିକା ଭାବେ ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମ ବେଶ ଶୁଙ୍ଖଳା ସ ମଦହିତ ଦଶହରା ପଡିଆରେ ସମାପନ କରାଯାଇଥିଲା l
