ବଚପନ ପ୍ଲେ ସ୍କୁଲର ଶୁଭ ଉଦଘାଟିତ
ଢ଼େଙ୍କାନାଳ ଜିଲ୍ଲାରକାମାକ୍ଷାନଗର ସଂନିକଟ ଜିରିଡାମାଳୀ ଠାରେ ବଚପନ ପ୍ଲେ ସ୍କୁଲ ର ଶୁଭ ଉଦଘାଟନ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଇଂରାଜୀ ସହିତ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସରପଞ୍ଚ ସତ୍ୟଜିତ ରାଉତ, ଡାକ୍ତର ପୂନ୍ୟଶ୍ଳୋକ ପତି ପ୍ରମୁଖ ଉପସ୍ଥିତ ଥିଲେ l

ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀହର୍ଷ କୁମାର ବରାଳ ସଭାପତିତ୍ୱ କରିଥିବା ବେଳେ ବଚପନ ପ୍ଲେ ସ୍କୁଲ ର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଧେଶକ ଡି. ସି. ରାୟ ବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ l କାମାକ୍ଷାନଗର ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ମଦନ ମୋହନ ବରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର ଓମ ପ୍ରକାଶ ବରାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ ଧନ୍ୟବାଦ ଦେଇଥିଲେ l
