ବାବା ବୁଧେଶ୍ୱର ଠାରେ ବଡଓଷା ପାଳିତ
କାମାକ୍ଷାନଗର,୧୭/୧୧/୨୧- ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପିଠ ଭୁବନର ବାବା ବୁଦ୍ଧେଶ୍ବର ଠାରେ ବଡଓଷା ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଏଠାରେ ମାନସିକ ରଖି ଭୋଗ ରାନ୍ଧି ପ୍ରଭୁଙ୍କୁ ଲାଗି କରିଥିଲେ। କୋଭିଡ ନିୟମ ମାନି ଏଠାରେ ସମସ୍ତେ ଓଷା ପାଳନ କରିଛନ୍ତି। ବଡଓଷାରେ ବୁଦ୍ଧେଶ୍ବର ଙ୍କ ସ୍ବତନ୍ତ୍ର ଗଜପୂଜା କରାଯାଏ । ବିଶ୍ବାସ ରହିଛି ଏହିବେଶ ଦର୍ଶନ କଲେ କୋଟି ପୂର୍ଣ୍ଣ୍ୟ ମିଳେ।
ରିପୋର୍ଟର – ପ୍ରକାଶ କୁମାର ପାତ୍ର ।
