ଭୋଟର ସଚେତନ କାର୍ଯ୍ୟକ୍ରମ



କାମାକ୍ଷାନଗର– ଢେଙ୍କାନାଳର ସାରା ଜିଲ୍ଲାରେ ଏବେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଏତଦ୍ୟତୀତ ବିଭିନ୍ନ କଲେଜ ମାନଙ୍କରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ମୁଖ୍ୟତଃ ନାମ ଯାଞ୍ଚ କରିବା, ସଂଶୋଧନ, ସ୍ଥାନାନ୍ତର ଓ ନୂତନ ଭୋଟର ପାଇଁ ଆବେଦନ କରିବା ପ୍ରକ୍ରିୟା ଯାରି ରହିଛି । ଭୁବନ ମହିଳା ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଦିଲିପ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଅଧ୍ୟାପକ ନିରଞ୍ଜନ ନାୟକ, ସମସ୍ତ ବିସୟରେ ଛାତ୍ରୀଙ୍କୁ ତାଲିମ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ରିପୋର୍ଟର-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *