ବାଇଧରଙ୍କ ମାରାଥନ୍ ପ୍ରଚାର, ପରିବର୍ତ୍ତନ ମୁହାଁ କାକଟପୁର ଭୋଟର

ବାଇଧରଙ୍କ ମାରାଥନ୍ ପ୍ରଚାର, ପରିବର୍ତ୍ତନ ମୁହାଁ କାକଟପୁର ଭୋଟର।କାକଟପୁର,୨୮.୦୫ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଭାଜପା ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ମାରାଥନ୍ ପ୍ରଚାର ଦେଖିବାକୁ ମିଳିଥିଲା। କାକଟପୁର ଭୋଟର ପରିବର୍ତ୍ତନ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ବିଜେପି ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଥିବା ବେଳେ ସ୍ଵତଃପ୍ରତ ଭାବେ ଭୋଟର୍ ମାନେ ବିଜେଡ଼ି ଛାଡ଼ି ବିଜେପି ମୁହାଁ ହେଉଛନ୍ତି। ଏହି ମାରାଥନ୍ ପ୍ରଚାରରେ ବାଇଧର ମଲ୍ଲିକ ଙ୍କ ସହ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଉପସ୍ଥିତ ରହି ଜନ ସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରତି ବିମୁଖ ହୋଇ ସ୍ଵତଃପ୍ରତ ଭାବେ ବିଜେପିରେ ସାମିଲ ହେଉଛନ୍ତି। ଆଗାମୀ ନିର୍ବାଚନରେ କାକଟପୁର ଭୋଟର୍ ପରିବର୍ତ୍ତନ ମୁହାଁ ହୋଇ ନୁଆ ସରକାର ଗଠନ କରିବାକୁ ଚାହାନ୍ତି ବୋଲି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ସୁଚନା ଦେଇଛନ୍ତି। ଏହି ଶୋଭାଯାତ୍ରାରେ ପ୍ରତି ପଞ୍ଚାୟତର ଶହ ଶହ କର୍ମୀ ମାନେ ଯୋଗ ଦେଇ ପଦ୍ମ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *