ବୈଶାଖ ମାସ ଶେଷ ଶନିବାରକୋଣାର୍କ ନବଗ୍ରହ ପୀଠ ଲୋକାରଣ୍ୟ ଓ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

ବୈଶାଖ ମାସ ଶେଷ ଶନିବାରକୋଣାର୍କ ନବଗ୍ରହ ପୀଠ ଲୋକାରଣ୍ୟ ଓ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା।କୋଣାର୍କ – ପବିତ୍ର ବୈଶାଖ ମାସ ଶେଷ ଶନିବାର ଅବସରରେ କୋଣାର୍କ ସ୍ଥିତ ନବଗ୍ରହ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ବୈଶାଖ ମାସ ଶେଷ ଶନିବାର ପରିପ୍ରେକ୍ଷୀରେ ପରିବାର ସଦସ୍ୟଙ୍କ ଗ୍ରହ ଶାନ୍ତି ଓ ରିଷ୍ଟ ଖଣ୍ଡନ ନିମନ୍ତେ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ବେଶ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ଗ୍ରହରାଜ ମାନଙ୍କ ପୂଜାର୍ଚ୍ଚନା କରିଥିଲେ। ନବଗ୍ରହ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ କରିଥିଲେ। ଶାରୀରିକ ଓ ମାନସିକ ଭାବେ ବିକଳାଙ୍ଗ ପିଲା ମାନଙ୍କୁ ନବଗ୍ରହ ପୀଠ ସ୍ଥିତ ବାଲିରେ ଗାତ ଖୋଳି ପୋତିଲେ ଉପଶମ ମିଳେ ବୋଲି ବିଶ୍ଵାସ ରହିଛି। ଏହି ପରିପ୍ରେକ୍ଷୀରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ଶାରୀରିକ ଓ ମାନସିକ ଭାବେ ବିକୃତ ପିଲା ମାନଙ୍କ ଗାତ ଖୋଳି ପୋତୁଥିବା ଦୃଶ୍ୟ ବେଶ ମନୋରମ। ଏହି ଧାର୍ମିକ ପରମ୍ପରା ଅନୁଯାୟୀ ନବଗ୍ରହ ପୀଠରେ ଶତାଧିକ ମାନସିକ ଉପବାସ ଧାରୀ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରି ପରିବାରର କଲ୍ୟାଣ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ନବଗ୍ରହ ପୀଠରେ ବୈଶାଖ ମାସ ଶେଷ ଶନିବାର ଅବସରରେ ଲୋକାରଣ୍ୟ ହୋଇଥିଲା। ହୋମଯଜ୍ଞ ଆଦି କାର୍ଯ୍ୟ ଅବସରରେ ନବଗ୍ରହ ପୀଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଆନୁମାନିକ ୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *